ରାଉରକେଲା: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୁରଞ୍ଜନ ପଟ୍ଟନାୟକଙ୍କ ମୃତଦେହ ରାସ୍ତାରେ ରଖି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ । ରାଉରକେଲା ସହରର ଟେଲିଫୋନ ଭବନ ଛକରେ ଶତାଧିକ ଯୁବକ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଉଭୟ ପାର୍ଶ୍ବରେ ଗାଡିମୋଟର ଜାମ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ମୃତଦେହ ରାସ୍ତାରେ ରଖି ଟାୟାର ଜାଳିଲେ ଉତ୍ତ୍ୟକ୍ତ ଲୋକେ - sundargarh
ରାଉରକେଲାରେ ସଡକ ଦୁର୍ଘଟଣାରେ ଯୁବକ ମୃତ । ଘଟଣାରେ ଦୀର୍ଘ ସମୟ ଧରି ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ସୂଚନାମୁତାବକ, ଦୁଇ ଦିନ ତଳେ ଏକ ବୁଲେଟ ଧକ୍କାରେ ସୁରଞ୍ଜନ ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଆଇଜିଏଚ ଓ ପରେ ଭୁବନେଶ୍ୱର ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଉତ୍ତ୍ୟକ୍ତ ଯୁବକ ମାନେ କ୍ଷତିପୂରଣ ଦାବି ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ପୋଲିସ ପହଞ୍ଚି ରେଡ଼କ୍ରସରୁ କ୍ଷତି ପୂରଣ ଦେବା ପରେ ରାସ୍ତାରୋକ ହଟିଥିଲା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ