ରାଉରକେଲା: ଅବକାରୀ ବିଭାଗର ଗାଡିରେ ଧକ୍କା ଲାଗି ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଯୁବକ ଜଣକ ହେଉଛନ୍ତି ଶେଖ ଶହାଦତ । ରାଉରକେଲା ଅବକାରୀ ବିଭାଗର ଗାଡି ତାଙ୍କୁ ପଛପଟୁ ଧକ୍କା ମାରିଥିଲା ।
ଅବକାରୀ ବିଭାଗର ଗାଡିରେ ଧକ୍କା ଲାଗି ବାଇକ ଅରୋହୀ ଆହତ - excise department
ରାଉରକେଲା ଅବକାରୀ ବିଭାଗର ଗାଡି ଜଣେ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ମାରିବାରୁ ଯୁବକ ଜଣକ ଆହତ ହୋଇଛନ୍ତି । ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
![ଅବକାରୀ ବିଭାଗର ଗାଡିରେ ଧକ୍କା ଲାଗି ବାଇକ ଅରୋହୀ ଆହତ](https://etvbharatimages.akamaized.net/etvbharat/prod-images/768-512-3506976-691-3506976-1560001856800.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଆହତ ଯୁବକଙ୍କୁ ବିଭାଗର ଅଫିସର ତଥା ଯବାନ ମାନେ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇଥିଲେ । ସୂଚନା ଅନୁସାରେ ଶେଖ ବାଇକ ଯୋଗେ ଯାଉଥିବା ସମୟରେ ଅବକାରୀ ବିଭାଗର ଗାଡି ତାଙ୍କୁ ପଛପଟୁ ଧକ୍କା ମାରିଥିଲା। ସେପଟେ ଅବକାରୀ ବିଭାଗର ଅଧିକାରୀମାନେ ଆହତଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲ ପହଞ୍ଚାଇଥିଲେ । ଚିକିତ୍ସା ପରେ ତାଙ୍କୁ ଘରେ ଛାଡ଼ିଥିବା ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ