ଓଡିଶା

odisha

ETV Bharat / city

ଯୁବତୀଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କଲେ ସ୍କୁଲ ମାଲିକ

ଯୁବତୀକୁ ଚାକିରୀର ପ୍ରଲୋଭନ ଦେଖାଇ ଏକ ଘରୋଇ ସ୍କୁଲର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘାଟଣାର ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ...

rape allegation
ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

By

Published : Feb 25, 2020, 8:18 PM IST

ରାରକେଲା: ପୁଣି ରାଉରକେଲାରେ ଲଜ୍ଜା । ଯୁବତୀଙ୍କୁ ଚାକିରୀର ପ୍ରଲୋଭନ ଦେଖାଇ ତଥା ତାଙ୍କ ସାନଭାଇକୁ ସ୍କୁଲରେ ଦରମା ଛାଡ଼ କରିଦେବାର ପ୍ରତିଶୃତି ଦେଇ ବନ୍ଧମୁଣ୍ଡାରେ ଏକ ଘରୋଇ ସ୍କୁଲର ମାଲିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘାଟଣାର ତଦନ୍ତ ଆରମ୍ଭ କରିଛି।


ପୋଲିସ ଉକ୍ତ ସ୍କୁଲ ମାଲିକଙ୍କୁ ଅଟକ ରଖି ଉଭୟଙ୍କ ଡାକ୍ତରୀ ମାଇନା କରିଛନ୍ତି । ଅଟକ ବ୍ୟକ୍ତିଙ୍କ ନାମ ବିଭୁତି ଗୁପ୍ତା ଏବଂ ସେ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ନେତା ବୋଲି ଜଣା ପଡ଼ିଛି ।
ଉକ୍ତ ଯୁବତୀ ଭାଇର ଦରମା ଛାଡ଼ କରିବାକୁ କହିବାରୁ ସ୍କୁଲ ମାଲିକ ବିଭୁତି ତାଙ୍କୁ ସ୍କୁଲର ଅଫିସକୁ ନେଇ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ବନ୍ଧମୁଣ୍ଡା ଥାନାରେ ଦଫା 294 , 506 , 376 ଦଫାରେ ଏକ ମାମଲା ରଜ୍ଜୁ କରି ପୋଲିସ ମାମଲାର ତଦନ୍ତ କରୁଛି । ଉକ୍ତ ଘଟଣାକୁ ନେଇ ଯୁବତୀ ଏସପିକୁ ଦେଖା କରିବା ପରେ ପୋଲିସ କାର୍ଯାନୁଷ୍ଠାନ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details