ଓଡିଶା

odisha

ETV Bharat / city

କାଠ ସହ ଅଟୋ ଜବତ, ଧୂଆଁ ଗିରଫ

ଚୋରା କାଠ ବୋଝେଇ ଅଟୋ(ଓଆର-14ଡବ୍ଲୁ 0748)ସହିତ ଲକ୍ଷାଧିକ ଟଙ୍କାର କାଠକୁ ବନ ବିଭାଗ ଜବତ କରିଥିଲା । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଗୋପବନ୍ଧୁପଲ୍ଲୀର ଭୋଲାନାଥ ସାହୁ ଓରଫ ଧୂଆଁକୁ ଗିରଫ କରାଯାଇଛି ।

By

Published : Feb 7, 2019, 5:41 PM IST

ଚୋରା କାଠ ବୋଝେଇ ଅଟୋ

ରାଉରକେଲା: ବେଆଇନ କାଠ ଚାଲାଣବେଳେ ବନବିଭାଗର ଚଢାଉ । ଜବତ ହୋଇଛି ଚୋରା ଚାଲାଣ କାଠ ବୋଝେଇ ଅଟୋ । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ବୁଧବାର ରାତିରେ ବିଶ୍ରା ବନ ରେଞ୍ଜର ଅଫିସରମାନେ ବେଆଇନ କାଠ ଚାଲାଣ ଖବର ପାଇ ବରସୁଆ-ବିଶ୍ରା ରାସ୍ତାରେ ଚଢାଉ କରିଥିଲେ । ଏହି ସମୟରେ ଚୋରା କାଠ ବୋଝେଇ ଅଟୋ(ଓଆର-14ଡବ୍ଲୁ 0748)ସହିତ ଲକ୍ଷାଧିକ ଟଙ୍କାର କାଠକୁ ବନ ବିଭାଗ ଜବତ କରିଥିଲା । ଏଥିସହ ଏହି ମାମଲାରେ ସମ୍ପୃକ୍ତ ଗୋପବନ୍ଧୁପଲ୍ଲୀର ଭୋଲାନାଥ ସାହୁ ଓରଫ ଧୂଆଁକୁ ଗିରଫ କରାଯାଇଛି ।

ବିଶ୍ରା ବନ ରେଞ୍ଜର ବହୁତ ଅଞ୍ଚଳ ଝାଡଖଣ୍ଡର ସରଣ୍ଡା ଜଙ୍ଗଲକୁ ଲାଗି ରହିଛି । ଏହାର ସୁଯୋଗ ନେଇ କାଠ ମାଫିଆମାନେ ଏହି ବାଟ ଦେଇ ଚୋରାରେ କାଠ ବୋହିନିଅନ୍ତି । ଓଡ଼ିଶା ଓ ପଡୋଶୀ ରାଜ୍ୟ ଝାଡଖଣ୍ଡର କାଠ ମାଫିଆ ଏହି ଅଞ୍ଚଳରେ ଅଧିକ ସକ୍ରିୟ ରହୁଥିବା ସୂଚନା ମିଳିଛି । ଓଆର-14ଡବ୍ଲୁ 0748

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର , ଇଟିଭି ଭାରତ

ABOUT THE AUTHOR

...view details