ରାଉରକେଲା: ରେଳ ଇଣ୍ଡିଆ ପୁଣି ବିବାଦ ଘେରରେ । ରେଳ ଇଣ୍ଡିଆ ନାମକ ଏକ ଘରୋଇ ସଂସ୍ଥା ବିଭିନ୍ନ ଜିଲ୍ଲାର ଯୁବକ ଯୁବତୀଙ୍କୁ ବିଭିନ୍ନ କମ୍ପାନୀରେ ଚାକିରୀ କରାଇଦେବା ନାମରେ ଟଙ୍କା ନେଇ ସେମାନଙ୍କୁ ଶୋଷଣ କରୁଥୁବା କଥା ରାଉରକେଲା ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଅଭିଯୋଗ କରିଛନ୍ତି ।
କମ୍ପାନୀ ପ୍ରତ୍ୟେକ ଯୁବକ ଯୁବତୀଙ୍କ ଠାରୁ 20 ହଜାର ଟଙ୍କା ଲେଖାଏଁ ନେଇ ଚାକିରୀ ଦେବା ନାଁରେ ଘର ଘର ବୁଲାଇ ବିଭିନ୍ନ ଜିନିଷ ବିକ୍ରି କରୁଥିବା କଥା ଏହି ଯୁବକ-ଯୁବତୀ ମାନେ ବିଜୁ ଛାତ୍ର ଜନତା ଦଳ ଆଗରେ ସ୍ପଷ୍ଟ କରିଛନ୍ତି । ଆଜି(ରବିବାର) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଅଞ୍ଚଳରେ ପାଖାପାଖି 30 ଜଣ ଯୁବତୀଙ୍କୁ ରଖାଯାଇ ଏହି କାମ ଚାଲୁଥିବା ବେଳେ ବିଜୁ ଛାତ୍ର ଜନତା ଦଳର କର୍ମୀ ମାନେ ଖବର ପାଇଥିଲେ । ଖବର ପାଇ ସେମାନେ ରାଉରକେଲା ଅଞ୍ଚଳର ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର କରିବା ପରେ ସମସ୍ତ କଥା ସାମ୍ନାକୁ ଆସିଛି ।