ଓଡିଶା

odisha

ETV Bharat / city

ଟ୍ରେନ ସମ୍ପ୍ରସାରଣରେ ବିଳମ୍ବ; ସାମାଜିକ ସଙ୍ଗଠନ ଉଦ୍ଭବର ଦାବି ପତ୍ର ପ୍ରଦାନ - ଟ୍ରେନ ସମ୍ପ୍ରସାରଣରେ ବିଳମ୍ବ

ସାମାଜିକ ସଙ୍ଗଠନ ଉଦ୍ଭବ ପକ୍ଷରୁ ବେଦ ପ୍ରକାଶ ତିୱାରିଙ୍କ ନେତୃତ୍ବରେ ବିଭିନ୍ନ ସଙ୍ଗଠନର ଲୋକ ଆସି ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ........

ଟ୍ରେନ ସମ୍ପ୍ରସାରଣରେ ବିଳମ୍ବ:ସାମାଜିକ ସଙ୍ଗଠନ ଉଦ୍ଭବର ଦାବି ପତ୍ର ପ୍ରଦାନ
ଟ୍ରେନ ସମ୍ପ୍ରସାରଣରେ ବିଳମ୍ବ:ସାମାଜିକ ସଙ୍ଗଠନ ଉଦ୍ଭବର ଦାବି ପତ୍ର ପ୍ରଦାନ

By

Published : Feb 23, 2020, 2:27 AM IST

ରାଉରକେଲା: ମୌର୍ଯ୍ୟ ଏକ୍ସପ୍ରେସକୁ ହଟିଆରୁ ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ ନିଷ୍ପତ୍ତି ହୋଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଆରମ୍ଭ ହୋଇପାରି ନାହିଁ । ଯାହାକୁ ନେଇ ଦେଖାଦେଇଛି ଜନ ଅସନ୍ତୋଷ ।

ବିମାଲଗଡ଼ ତାଳଚେର ରେଳ ଲାଇନ ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି । ଏହା ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଲାଇଫ ଲାଇନ ହୋଇଥିଲେ ମଧ୍ୟ ରେଲୱେ ତରଫରୁ ଏହାକୁ ଗୁରୁତ୍ବ ଦିଆଯାଉନାହିଁ ।

ଟ୍ରେନ ସମ୍ପ୍ରସାରଣରେ ବିଳମ୍ବ:ସାମାଜିକ ସଙ୍ଗଠନ ଉଦ୍ଭବର ଦାବି ପତ୍ର ପ୍ରଦାନ

ଏନେଇ ସାମାଜିକ ସଙ୍ଗଠନ ଉଦ୍ଭବ ପକ୍ଷରୁ ବେଦ ପ୍ରକାଶ ତିୱାରିଙ୍କ ନେତୃତ୍ବରେ ବିଭିନ୍ନ ସଙ୍ଗଠନର ଲୋକ ଆସି ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରିଥିଲେ।

ଏନେଇ ପ୍ରତିନିଧି ଉଦବେଗ ପ୍ରକାଶ କରିବା ସହ ବର୍ଷ ବର୍ଷ ଧରି ଟ୍ରେନ ସମ୍ପ୍ରସାରଣ ତଥା ରେଳମାର୍ଗ ନିର୍ମାଣ ନକରିବା ଏହି ଆଦିବାସୀ ବହୁଳ ଅଞ୍ଚଳର ଲୋକଙ୍କ ସହିତ ବୈମାତୃକ ମନଭାବ ବୋଲି କହିଥିଲେ । ତେବେ ଏହାକୁ ଶୀଘ୍ର କରାନଗଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବା ନେଇ ଚେତାବନୀ ଦିଆଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details