ଓଡିଶା

odisha

ETV Bharat / city

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପ୍ରତିବାଦ - ସାମ୍ବାଦିକଙ୍କୁ ଦୁଃବ୍ୟବହାର

କେନ୍ଦ୍ରାପଡା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସାରା ରାଜ୍ୟରେ ବିଭିନ୍ନ ସାମ୍ବାଦିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଏସପିଙ୍କ ବିରୋଧରେ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଗଠନ ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

By

Published : Jul 18, 2019, 6:06 PM IST

Updated : Jul 18, 2019, 8:38 PM IST

ଭୁବନେଶ୍ୱର: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ରାଜ୍ୟରେ ପ୍ରତିବାଦ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ସାମ୍ବାଦିକ ବିକ୍ଷୋଭ ପ୍ରଦର୍ଶନ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି । ସାମ୍ବାଦିକ ମହଲରେ କେନ୍ଦ୍ରାପଡା ଏସପିଙ୍କ ଦ୍ୱାରା ଗଣମାଧ୍ୟମ ପ୍ରତିନିଧିଙ୍କୁ କରାଯାଇଥିବା ଏପରି ଦୁର୍ବ୍ୟବହାରକୁ ତୀବ୍ର ନିନ୍ଦା କରାଯାଉଛି ।

ଅନ୍ୟପଟେ ଅନୁଗୋଳରେ କେନ୍ଦ୍ରାପଡା ଏସପିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏକ ପ୍ରତିବାଦ ଶୋଭାଯାତ୍ରା କରି ଅନୁଗୋଳ ଏସପି ଅଫିସ ସାମ୍ନାରେ କୁଶପୁତ୍ତଳିକା ଦାହ କରିଛନ୍ତି । ଏହାପରେ ଉତ୍ତର-କେନ୍ଦ୍ରାଞ୍ଚଳର ଡିଆଇଜି ନରସିଂହ ଭୋଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେଠାରୁ ଆସି ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଜରିଆରେ ଗୃହସଚିବଙ୍କୁ ମଧ୍ୟ ଦାବିପତ୍ର ଦେଇଛନ୍ତି । ତୁରନ୍ତ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କେନ୍ଦ୍ରାପଡା ଏସପି ନୀତିଶେଖର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାର ଜଣେ ସାମ୍ବାଦିକଙ୍କ ଉପରକୁ ହାତ ଉଠାଇବା ସହ ଦୁଃର୍ବ୍ୟବହାର କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ବରର ସାମ୍ବାଦିକ ଏସପିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାମ୍ବାଦିକଙ୍କ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି । ଅନ୍ୟପଟେ ସାମ୍ବାଦିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡେପୁଟି କଲେକ୍ଟର ଅରୁଣା ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଛି । ପରେ ଅନ୍ୟଏକ ଦାବିପତ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ସୁବାସ ନିଆଲଙ୍କୁ ପ୍ରଦାନ କରାଯାଇଛି ।

ଏହାସହ ରାଉରକେଲାର ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ମଧ୍ୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମକୁ ପ୍ରଦାନ କରାଯାଇ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏହି ସମୟରେ ରାଉରକେଲା ସହରର ଅନେକ ସାମ୍ବାଦିକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 18, 2019, 8:38 PM IST

ABOUT THE AUTHOR

...view details