ରାଉରକେଲା: ମୋଦି ସରକାରଙ୍କ ସେଲର ଘରୋଇକରଣ ବିରୋଧରେ ତଥା ଏନଜେସିଏସ ତୁରନ୍ତ କରିବା ପାଇଁ ସିଆଇଟିୟୁ ପକ୍ଷରୁ ଜୁଲାଇ 17 ଓ 18 ଦୁଇ ଦିନ ଧରି ସର୍ବଭାରତୀୟ ସ୍ତରରେ ଧାରଣା ତଥା ବିକ୍ଷୋଭ କରାଯିବ । ଏନେଇ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସିଆଇଟିୟୁ ନେତା ବିଷ୍ଣୁ ମହାନ୍ତି ।
ବିଭିନ୍ନ ଦାବି ନେଇ ସିଆଇଟିୟୁ ପକ୍ଷରୁ ଆସନ୍ତା 17 ଓ 18ରେ ବିକ୍ଷୋଭ ପ୍ରଦର୍ଶନ - protest
12 ଦଫା ଦାବି ନେଇ ସିଆଇଟିୟୁ ପକ୍ଷରୁ ଜୁଲାଇ 17 ଓ 18 ଦୁଇ ଦିନ ଧରି ସର୍ବଭାରତୀୟ ସ୍ତରରେ ଧାରଣା ତଥା ବିକ୍ଷୋଭ କରାଯିବ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଇସ୍ପାତ କାରଖାନା ସହିତ ସେଲର ଖଦାନରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି । 3ଟି ଷ୍ଟିଲ ପ୍ଲାଣ୍ଟର ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର, ଏନଜେସିଏସ ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ, ଠିକା ଶ୍ରମିକଙ୍କୁ ନିମ୍ନତମ 20 ହଜାର ଟଙ୍କା ପ୍ରଦାନ ଭଳି 12ଟି ଦାବିକୁ ନେଇ ଏହି ଆନ୍ଦୋଳନ କରଯିବ ବୋଲି ସୂଚନା ମିଳିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ