ଓଡିଶା

odisha

By

Published : Aug 20, 2020, 4:07 PM IST

Updated : Aug 20, 2020, 4:28 PM IST

ETV Bharat / city

ପ୍ରଶାନ୍ତ ଭୂଷଣଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ, ରାଉରକେଲାରେ ବିରୋଧ ପ୍ରଦର୍ଶନ

ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ ହେବା ପରେ ଏହାକୁ ରାଉରକେଲାରେ ବିରୋଧ କରାଯାଇଛି । ରାଉରକେଲାରେ ଅଲ ଇଣ୍ଡିଆ ଲୟରର୍ସ ୟୁନିୟନ ଓ ଆଇଏଏଲ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ଅଭିଯୋଗ, ରାଉରକେଲାରେ ବିରୋଧ ପ୍ରଦର୍ଶନ
ପ୍ରଶାନ୍ତ ଭୂଷଣଙ୍କ ନାଁରେ କୋର୍ଟ ଅବମାନନା ଅଭିଯୋଗ, ରାଉରକେଲାରେ ବିରୋଧ ପ୍ରଦର୍ଶନ

ରାଉରକେଲା: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ ହେବା ପରେ ଏହାକୁ ରାଉରକେଲାରେ ବିରୋଧ କରାଯାଇଛି । ରାଉରକେଲାରେ ଅଲ ଇଣ୍ଡିଆ ଲୟରର୍ସ ୟୁନିୟନ ଓ ଆଇଏଏଲ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବହୁ ସମୟ ଧରି ଓକିଲମାନେ ଆମ୍ବେଦକର ଛକରେ ପ୍ଲାକାର୍ଡ କରିବା ସହ ପ୍ରତିବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଆଇନଜୀବୀ ଭାଗ ନେଇଥିଲେ ।

ପ୍ରଶାନ୍ତ ଭୂଷଣଙ୍କ ନାଁରେ ଅଦାଲତ ଅବମାନନା ଅଭିଯୋଗ, ରାଉରକେଲାରେ ବିରୋଧ ପ୍ରଦର୍ଶନ

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହି ଫଟୋରେ ସେ ଏକ ବାଇକ ଚଲାଉ ଥିଲେ । ସେହି ଫଟୋରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କିଛି ମନ୍ତବ୍ୟ ଦେଇଥିଲେ। ଯାହା ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯାଇଥିଲା । ଯେଉଁଥିରେ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଭୁଲ କରିଥିବା କହିବା ସହ ତାଙ୍କୁ ଦଣ୍ଡ ପ୍ରଦାନ କରାଯିବ ବୋଲି କହିଛନ୍ତି । ଯାହାକୁ ନେଇ ଦେଶରେ ବିଭିନ୍ନ ମାନବାଧିକାର ସଂଗଠନ ମାନଙ୍କ ପକ୍ଷରୁ ବିରୋଧ କରଯାଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Aug 20, 2020, 4:28 PM IST

ABOUT THE AUTHOR

...view details