ଓଡିଶା

odisha

ETV Bharat / city

ରାଉରକେଲାରେ ରାଜମହଲ ତାତି: ପୋଲିସର ନିୟମ ଉଲଙ୍ଘନ ନେଇ ତାତିଲେ ଲୋକେ

ଆଜି ଦିନ 11ଟାରେ ରାଉରକେଲା ମୁଖ୍ୟ ମାର୍ଗରେ ଏକ ପିସିଆର ବାଇକ ପାଟ୍ରୋଲିଂରେ ଥିବାବେଳେ ରଙ୍ଗ ପାର୍କିଙ୍ଗ କରିଥିଲା । ଫଳରେ ନିୟମ ଉଲଙ୍ଘନକୁ ନେଇ ପୋଲିସକୁ ଘେରିଥିଲେ ସ୍ଥାନୀୟ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 9, 2019, 1:57 PM IST

ରାଉରକେଲା: ନୂଆ ମୋଟରଯାନ ଆଇନ ପ୍ରଣୟନ ହେବା ପରଠୁ ପ୍ରତ୍ୟେକ ଦିନ କିଛି ନା କିଛି ଖବର ସାମନାକୁ ଆସୁଛି । ନିକଟରେ ଭୁବନେଶ୍ବର ରାଜମହଲ ଛକରେ ପୋଲିସ-ଜନତା ମୁହାଁମୁହିଁ ହେବାପରେ, ରାଉରକେଲାରେ ଆଜି ପୁଣି ସେହିଭଳି ଏକ ଘଟଣା ସାମନାକୁ ଆସିଛି ।

ଆଜି ଦିନ 11ଟାରେ ରାଉରକେଲା ମୁଖ୍ୟ ମାର୍ଗରେ ଏକ ପିସିଆର ବାଇକ ପାଟ୍ରୋଲିଂରେ ଥିବାବେଳେ ରଙ୍ଗ ପାର୍କିଙ୍ଗ କରିଥିଲା । ଫଳରେ ନୂଆ ନିୟମ ପୋଲିସ ପ୍ରଥମେ ମାନିବା ଦରକାର ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ ସ୍ଥାନୀୟ ଲୋକେ । ନିୟମ ଉଲଙ୍ଘନକୁ ନେଇ ପୋଲିସକୁ ଘେରିଥିଲେ ସ୍ଥାନୀୟ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଥିଲା । ଏହାପରେ ପ୍ଲାଣ୍ଟସାଇଟ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶାନ୍ତ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details