ଓଡିଶା

odisha

ETV Bharat / city

ଚାନ୍ଦା ନଦେବାରୁ ବନ୍ଧୁକ ଦେଖାଇ ସରପଞ୍ଚକୁ ଉଠାଇ ନେଲେ PLFI ସଦସ୍ୟ - PLFI MEMBER

ଚାନ୍ଦା ନଦେବାରୁ ସରପଞ୍ଚକୁ ଆକ୍ରମଣ । ରାତି ଅଧରେ ଘରେ ପସି ସରପଞ୍ଚକୁ ଉଠାଇନେବା ସହ ଜଙ୍ଗଲରେ ନିର୍ଦ୍ଧୁମ ଛେଚିଲେ । ଏହା ପରେ ପିଏଲଏଫଆଇ ସଦସ୍ୟ ପଟବ ଗାଁ ରେ ପହଞ୍ଚି ପାଣି ଟାଙ୍କି ଉପରକୁ 12 ରାଉଣ୍ଡ ଗୁଳି ଚାଳନା କରିଥିଲେ । ସେଥିରୁ 10 ଟି ଗୁଳିଫୁଟି ଥିବାବେଳେ ଦୁଇଟି ଗୁଳି ଫୁଟି ନଥିଲା । ପୋଲିସ ଗୁଳି ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଚାନ୍ଦା ନଦେବାରୁ ବନ୍ଧୁକ ଦେଖାଇ ସରପଞ୍ଚକୁ ଉଠାଇ ନେଲେ ପିଏଲଏଫଆଇ ସଦସ୍ୟ
ଚାନ୍ଦା ନଦେବାରୁ ବନ୍ଧୁକ ଦେଖାଇ ସରପଞ୍ଚକୁ ଉଠାଇ ନେଲେ ପିଏଲଏଫଆଇ ସଦସ୍ୟ

By

Published : May 13, 2020, 4:00 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପଟବ ଗାଁ ରେ ପିଏଲଏଫଆଇ ସଦସ୍ୟଙ୍କ ଉନ୍ମତ୍ତ କାଣ୍ଡ । ବନ୍ଧୁକ ଦେଖାଇ ରାତି ଅଧରେ ପୂର୍ବତନ ସରପଞ୍ଚଙ୍କୁ ଉଠାଇ ନେଇଛନ୍ତି । ଚାନ୍ଦା ନଦେବାରୁ ମାଡ ମାରିବା ସହ ଗୁଳି ଚାଳନା କରିଥିବା ଜଣାପଡିଛି ।

ଚାନ୍ଦା ନଦେବାରୁ ବନ୍ଧୁକ ଦେଖାଇ ସରପଞ୍ଚକୁ ଉଠାଇ ନେଲେ ପିଏଲଏଫଆଇ ସଦସ୍ୟ

ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର କର୍କଟନାଶା ପଞ୍ଚାୟତର ପୂର୍ବତନ ସରପଞ୍ଚ ଆଗ୍ନେସିଉସ ହରୋଙ୍କୁ ଗତକାଲି ବିଳମ୍ବିତ ରାତିରେ 4 ଜଣ ପିଏଲଏଫଆଇ ସଦସ୍ୟ ଦୁଇଟି ବାଇକ ଯୋଗେ ଆସି ବନ୍ଧୁକ ଦେଖାଇ ପାଖ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ସେ ପଟବ ଗାଁରେ କରୁଥିବା ପାଣି ଟାଙ୍କି କାର୍ଯ୍ୟ ପାଇଁ 3 ଲକ୍ଷ 50 ହଜାର ଟଙ୍କା ଚାନ୍ଦା ମାଗିଥିଲେ । ଆଉ ସେ ଚାନ୍ଦା ନ ଦେବାରୁ ନିର୍ଦ୍ଦୁମ ମାଡ ମାରି ଛାଡିଦେଇଥିଲେ ।

ଏହା ପରେ ପିଏଲଏଫଆଇ ସଦସ୍ୟ ପଟବ ଗାଁ ରେ ପହଞ୍ଚି ପାଣି ଟାଙ୍କି ଉପରକୁ 12 ରାଉଣ୍ଡ ଗୁଳି ଚାଳନା କରିଥିଲେ । ସେଥିରୁ 10 ଟି ଗୁଳିଫୁଟି ଥିବାବେଳେ ଦୁଇଟି ଗୁଳି ଫୁଟି ନଥିଲା । ପୋଲିସ ଗୁଳି ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details