ଓଡିଶା

odisha

ETV Bharat / city

PLFI ଏରିଆ କମାଣ୍ଡର ସୁଦାମ ଗିରଫ, ନାଁରେ ରହିଛି 15ଟି ମାମଲା - PLFI ଏରିଆ କମାଣ୍ଡର ସୁଦାମ ସିଂ

ଗୁରୁବାର ରାଉଲକେଲା ପୋଲିସ ଝାଡଖଣ୍ଡ-ଓଡିଶା ସୀମାନ୍ତର PLFI ଏରିଆ କମାଣ୍ଡର ସୁଦାମ ସିଂକୁ ଗିରଫ କରିଛି । ଦୀର୍ଘଦିନ ଧରି ସେ ଝାଡଖଣ୍ଡର ବାନୋ ଓ ଜଳଡେଗା ସମେତ ଓଡିଶାର ବିଶ୍ରା ଓ ହାତିବାରି ଥାନା ଅଞ୍ଚଳରେ ଆତାଙ୍କରାଜ ଚଲାଇଆସୁଥିଲା ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ରାଉରକେଲା

By

Published : Sep 19, 2019, 4:23 PM IST

ରାଉରକେଲା: ଗିରଫ ହେଲା ଝାଡଖଣ୍ଡ-ଓଡିଶା ସୀମାନ୍ତର ମାଓ ସଙ୍ଗଠନ PLFIର ଏରିଆ କମାଣ୍ଡର ସୁଦାମ ସିଂ । ଗୁରୁବାର ରାଉଲକେଲା ପୋଲିସ ତାକୁ ଧରିବାରେ ସକ୍ଷମ ହୋଇଛି । ତା ପାଖରୁ ଦେଶୀ ପିସ୍ତଲ ଓ ଗୁଳି ଜବତ ହୋଇଛି। ଦୀର୍ଘଦିନ ଧରି ସେ ଝାଡଖଣ୍ଡର ବାନୋ ଓ ଜଳଡେଗା ସମେତ ଓଡିଶାର ବିଶ୍ରା ଓ ହାତିବାରି ଥାନା ଅଞ୍ଚଳରେ ଆତାଙ୍କରାଜ ଚଲାଇଆସୁଥିଲା ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ରାଉରକେଲା


15ଟି ମାମଲାର ସେ ସମୃକ୍ତ ଥିବା ନେଇ ଜଣାପଡିଛି । ଯେଉଁଥିରେ 7ଟି ମର୍ଡର କେସ ଓ ବ୍ୟାଙ୍କ ଲୁଟ, ଆକ୍ରମଣ , ବଟି ଆଦାୟ ଭଳି ବଡ ବଡ ଜଘନ୍ୟ ଘଟଣା ରହିଛି । ରାଉରକେଲା ଏସପି କେ. ଶିବା ସୁବ୍ରମଣି ଡ଼ିଆଇଜି କବିତା ଜାଲାନ ଏନେଇ ସୂଚନା ଦେଇଛନ୍ତି ।

ସୁଦାମ ଝାଡଖଣ୍ଡ ସିମଡେଗା ଜିଲ୍ଲା ବାନୋ ଥାନା ଅନ୍ତର୍ଗତ ବଡ଼ଇକତୋଲା ଗ୍ରାମର ବୋଲି ଜଣାପଡିଛି । ଏଠାକାର ବାନୋ ଓ ଜଳଡେଗା ଥାନାରେ ସେ ହତ୍ୟାକାଣ୍ଡ ଭିଆଇଥିବା ମାମଲାରେ ପୋଲିସ ତାକୁ ଖୋଜୁଥିଲା ।

ରାଉଲକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details