ଓଡିଶା

odisha

ETV Bharat / city

ରାଉରକେଲାରେ ପୋଲିସ ଉପରକୁ ଢେଲା ମାଡ଼

ରାଉରକେଲାରେ ପୋଲିସଙ୍କ ଉପରକୁ ପଥର ମାଡ଼ କଲେ ମହତାବ ରୋଡ଼ ଅଞ୍ଚଳବାସୀ । ପରେ ରାଉରକେଲା ଏସପି ତଥା ପଶ୍ଚିମାଞ୍ଚଳ DIG ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଅଧିକ ପଢନ୍ତୁ...

By

Published : May 4, 2020, 4:10 PM IST

People threw stone over the police
ରାଉରକେଲାରେ ପୋଲିସ ଉପରକୁ ଢେଲା ମାଡ଼

ରାଉରକେଲା: କୋରୋନା ପାଇଁ ସାରାଦେଶ ଲକଡାଉନ ଥିବା ବେଳେ ରାଉରକେଲାରେ ଘଟିଛି ଏକ ଅଭାବନୀୟ ଘଟଣା । ଆମ ସୁରକ୍ଷା ପାଇଁ ଦିନ ରାତି ଖରା ବର୍ଷାରେ ଅକ୍ଳାନ୍ତ ପରିଶ୍ରମ କରି ଲୋକଙ୍କୁ କୋରୋନା ସଚେତନ କରାଉଥିବା ପୋଲିସଙ୍କ ଉପରୁ ଆଜି ଢେଲା ମାଡ଼ କରିଛି ମହତାବ ରୋଡ଼ ଅଞ୍ଚଳବାସୀ । ପରେ ରାଉରକେଲା ଏସପି ତଥା ପଶ୍ଚିମାଞ୍ଚଳ DIG ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।

ରାଉରକେଲାରେ ପୋଲିସ ଉପରକୁ ଢେଲା ମାଡ଼

ଆଜି(ସୋମବାର) ଶତାଧିକ ଲୋକ କଣ୍ଟନମେଣ୍ଟ ଜୋନ ନିୟମ ଭାଙ୍ଗି ଘରୁ ବାହାରି ଆସି ପୋଲିସ କର୍ମଚାରୀ ମାନଙ୍କ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ତେବେ ବିବାଦର କାରଣ ଏଯାବତ ସ୍ପଷ୍ଟ ହୋଇନଥିବା ବେଳେ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details