ରାଉରକେଲା: ନୂଆବର୍ଷକୁ ସ୍ବାଗତ କରିବାକୁ ସବୁଠି ଏବେ ଲୋକଙ୍କ ଗହଳି । ଚାରିଆଡେ ସେଲିବ୍ରେସନର ମୁଡ । ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ନୂଆବର୍ଷକୁ ସ୍ବାଗତ କରିବାକୁ ଆଜି(ବୁଧବାର) ବିଭିନ୍ନ ପିକନିକ ସ୍ଥାନ ତଥା ପାର୍କ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।
ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟ ଠାରୁ ଆରମ୍ଭ କରି ବିଭିନ୍ନ ମନ୍ଦିରରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଛି। ମଙ୍ଗଳବାର ଜିରୋ ନାଇଟ ପାଇଁ ସହରର ବିଭିନ୍ନ କ୍ଲବ ଓ ହୋଟେଲ ମାନଙ୍କରେ ବ୍ୟବସ୍ଥା କରାଯାଇଥିଲା।