ରାଉରକେଲା: ସହରରେ ଏବେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାଳୟକୁ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଲାଗି ବନ୍ଦ ରଖାଯାଇଛି ।
ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋରୋନା, ସାନିଟାଇଜ୍ ପ୍ରକ୍ରିୟା ଆରମ୍ଭ - sanitize process going on
ରାଉରକେଲା ଏବେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାଳୟକୁ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ଲାଗି ବନ୍ଦ ରଖାଯାଇଛି ।
ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋରୋନା ଆକ୍ରାନ୍ତ, ଚାଲିଛି ସାନିଟାଇଜ୍ ପ୍ରକ୍ରିୟା
କାର୍ଯ୍ୟାଳୟର ସମସ୍ତ ବିଭାଗକୁ ସାନିଟାଇଜ୍ ମଧ୍ୟ କରାଯାଉଛି । ସେହିପରି ତହସିଲ କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ୍ କରାଯିବା ସହ ଲୋକମାନଙ୍କ ଯିବା ଆସିବା ଉପରେ କଟକଣା ଲଗାଯାଇଛି । ରାଉରକେଲା ଉଦିତନଗର ରେ ଥିବା ଯୋଗାଣ ବିଭାଗ କାର୍ଯ୍ୟାଳୟର ଜଣେ ଅଧିକାରୀ କୋରୋନାରେ ଆକ୍ରାନ୍ତ ହେବା ପରେ କାର୍ଯ୍ୟାଳୟକୁ ସାନିଟାଇଜ୍ କରାଯିବା ସହ ବନ୍ଦ ରଖାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ