ଓଡିଶା

odisha

ETV Bharat / city

ବୀରଙ୍ଗନାଙ୍କୁ ସ୍ମରଣ କଲେ ଓରାମ ଆଦିବାସୀ, ପାରମ୍ପରିକ ନୃତ୍ୟ-ଗୀତରେ କମ୍ପିଲା ସରନା ପୂଜାସ୍ଥଳ - adivasi

ରାଉରକେଲାରେ ବସବାସ କରନ୍ତି କିଛି ଓରାମ ଆଦିବାସୀ । ତାଙ୍କର ପର୍ବ ହେଉଛି ଜ୍ୟେଷ୍ଠ ଯାତ୍ରା । ଏହି ଯାତ୍ରାରେ ସମସ୍ତେ ଏକାଠି ହୋଇ ପାଳିଥାନ୍ତି ଏବଂ ପୂର୍ବଜଙ୍କୁ ମନେ ପକାଇଥାନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

By

Published : May 26, 2019, 6:12 PM IST

ରାଉରକେଲା : ନିଜ ବୀରତ୍ୱକୁ ଜ୍ୟେଷ୍ଠ ଯାତ୍ରାରେ ମନେ ପକାଇଲେ ଓରାମ ଆଦିବାସୀ । ରାଉରକେଲା ଓରାମ ସମାଜ ଆଜି ଜ୍ୟେଷ୍ଠଯାତ୍ରା ସମୟରେ ସଙ୍ଗୀତ ତଥା ନୃତ୍ୟ ମାଧ୍ୟମରେ ଯୁଦ୍ଧକଳାର ଶୈଳୀ, ଯୁଦ୍ଧ କୌଶଳ, ବୀରତା ପ୍ରଦର୍ଶନ କରିଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ବିହାରର ରୋହତାଶରେ ଓରାମଙ୍କ ଶାସନ ଥିଲା । ଏଠାରେ ଏମାନଙ୍କ ପୂର୍ବପୁରୁଷ ବୀରତା ପ୍ରଦର୍ଶନ କରୁଥିଲେ । ମହିଳାମାନେ ପୁରୁଷ ବେଶରେ ଯୁଦ୍ଧ କରି ଶତ୍ରୁଙ୍କୁ ପରାସ୍ତ କରିଥିଲେ । ଏହି ବୀରଙ୍ଗନାଙ୍କ ଇତିହାସକୁ ମନେ ପକାଇବା ପାଇଁ ଆଜି ଉଦିତନଗର ସରନା ପୂଜା ସ୍ଥଳରେ ଏକତ୍ରିତ ହୋଇଥିଲେ ହଜାର ହଜାର ଓରାମ ଆଦିବାସୀ ।

ବୀରତ୍ବର ପ୍ରଦର୍ଶନ କରି ଯୁଦ୍ଧର ନୃତ୍ୟ ତଥା ବାଜା ଆକର୍ଷିତ ଥିଲେ । ଯୁଦ୍ଧରେ ଘୋଡା ରହୁଥିଲା ସେଥିଲାଗି ପୂର୍ବ ପୁରୁଷଙ୍କୁ ମନେ ପକାଇବା ପାଇଁ କାଠର ଘୋଡା ତିଆରି କରି ତାର ପ୍ରୟୋଗ କରନ୍ତି । ନିଜର ବୀରଙ୍ଗନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details