ଓଡିଶା

odisha

ETV Bharat / city

ରାଉରକେଲାରେ ପିଆଜ ଦର ଆକାଶ ଛୁଁଆ, ଚିନ୍ତାରେ ଖାଉଟି

ରାଉରକେଲା ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ଖୋଲା ବଜାରରେ ପିଆଜ ଦର କିଲୋ ପ୍ରତି 50 ରୁ 55 ଟଙ୍କା ହୋଇଛି । ଏନେଇ ଚିନ୍ତାରେ ଗ୍ରାହକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 25, 2019, 2:10 PM IST

ରାଉରକେଲା: ହୁ ହୁ ହୋଇ ବଢି ଚାଲିଛି ପିଆଜ ଦର । ଆକାଶ ଛୁଁଆ ପିଆଜ ଦର ନେଇ ଏବେ ଚିନ୍ତାରେ ଖାଉଟି । ରାଉରକେଲା ଖୋଲା ବଜାରରେ ପିଆଜ ମୂଲ୍ୟ କିଲୋ ପ୍ରତି 50 ରୁ 55 ଟଙ୍କା ହୋଇଛି । ପିଆଜ ଦେଖିବା ମାତ୍ରେ କିଣିବା ତ ଦୂରର କଥା ଗ୍ରାହକଙ୍କ ଆଖିରୁ ପାଣି ବାହାରୁଛି । ଯେଉଁମାନେ 5 କେଜି ପିଆଜ କିଣୁଥିଲେ ସେମାନେ ଏବେ ଅଧା କିଲୋ କିଣୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ପିଆଜ ଚାଷ ଉପରେ ରାଜ୍ୟ ସରକାର ବଡ଼ ବଡ଼ କଥା କହିଥିଲେ କିନ୍ତୁ ତାହା ବିଫଳ ହେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ଅନ୍ୟ ରାଜ୍ୟ ଉପରେ ଓଡିଶାକୁ ନିର୍ଭର କରିବାକୁ ପଡୁଛି । ପିଆଜ ଦର କେବେ କମିବ ତାହା ନେଇ ମଧ୍ୟ ସାଧାରଣରେ ଆଲୋଚନା ଜୋର ଧରିଛି ।


ଅନ୍ୟପକ୍ଷରେ ସମସ୍ତେ ଆଶା କରୁଛନ୍ତି ନୂଆ ଚାଷ ପରେ ହିଁ ପିଆଜ ଦର କମିବ। ପିଆଜ ଦର ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ମଧ୍ୟ ସଫଳ ହେଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ପିଆଜ ଦର କମିବା କୌଣସି ସମ୍ଭାବନା ହେବ ନଜର ଆସୁନାହିଁ ।


ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details