ଓଡିଶା

odisha

ETV Bharat / city

କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ମା’କୁ ପୋଡି ମାରିଦେଲେ ଶ୍ବଶୁର ଘର ! - one lady killed in raourkela

କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ମହିଳାଙ୍କୁ ଶାଶୁଘର ଲୋକେ ପୋଡି ମାରିଦେଇଥିବା ଅଭିଯୋଗ । ଅଧିକ ପଢନ୍ତୁ....

one lady killed in raourkela
କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ଗଲା ମାର ଜୀବନ

By

Published : Feb 11, 2020, 5:55 PM IST

ରାଉରକେଲା:କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ଚାଲିଗଲା ମା’ର ଜୀବନ। କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ମହିଳାଙ୍କୁ ଶାଶୁଘର ଲୋକେ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ବନ୍ଧମୁଣ୍ଡା ପୋଲିସ ସ୍ବାମୀଙ୍କ ସହିତ 4 ଜଣଙ୍କୁ ଗିରଫ କରିଛି।

କନ୍ୟା ସନ୍ତାନ ଜନ୍ମ ଦେବା ପୂର୍ବରୁ ଗଲା ମାର ଜୀବନ

ସୂଚନା ଅନୁସାରେ, ଗୋପବନ୍ଧୁପଲ୍ଲୀ ବାସିନ୍ଦା ଶିବ ପ୍ରସାଦ ସୋନକରଙ୍କ ଝିଅ ରାଧାଙ୍କ କୋଇଲା ଗେଟ ବାସିନ୍ଦା ବିନୋଦ ସିଂଙ୍କ ସହ ବିବାହ ହୋଇଥିଲା । ବିବାହର କିଛି ବର୍ଷ ପରେ, ରାଧାଙ୍କ ପ୍ରଥମ କନ୍ୟା ସନ୍ତାନ ଜନ୍ମ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଦ୍ଵିତୀୟ ଝିଅଟି ଜନ୍ମ ହୋଇଥିଲା। ରାଧା ତୃତୀୟ ସନ୍ତାନ ପାଇଁ 5 ମାସର ଗର୍ଭବତୀ ଥିବା ବେଳେ ତାଙ୍କର ଭୃ୍ଣ ପରୀକ୍ଷା କରିଥିଲେ ଶ୍ୱଶୁର ଘର ଲୋକେ । ଯାହା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ।

ତୃତୀୟଟି କନ୍ୟା ସନ୍ତାନ ଥିବା ଜାଣି ଶ୍ବଶୂର ଘର ତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ହେଲେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details