ରାଉରକେଲା: ଶବ ସତ୍କାର ସାରି ଫେରୁଥିବାବେଳେ ଦୁର୍ଘଟଣା। ଏ ଘଟଣାରେ ଜଣେ ମୃତ, 7 ଆହତ। ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଅଧିନସ୍ଥ କାଲସେରିଆରେ ନିକଟରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦୀପ କୁମାର ଖେସ।
ଶବ ସତ୍କାର ସାରି ଫେରିବାବେଳେ ଦୁର୍ଘଟଣା:ଜଣେ ମୃତ, 7ଆହତ - ବୀରମିତ୍ରପୁର ସ୍କୋରପିଓ ଓଲଟି ଜଣେ ମୃତ
ଶବ ସତ୍କାର ସାରି ଫେରିବା ବେଳେ ଦୁର୍ଘଟଣା । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ସ୍କର୍ପିଓ ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ 7ଜଣ ଆହତ ହୋଇଛନ୍ତି।
ଶବ ସତ୍କାର ସାରି ଫେରିବାବେଳେ ଦୁର୍ଘଟଣା
ଗତକାଲି କୁଆରମୁଣ୍ଡା ଅଞ୍ଚଳର 7 ଜଣ ବ୍ୟକ୍ତି ସମ୍ପର୍କୀୟଙ୍କ ଶବ ସତ୍କାର ପାଇଁ ଝୁରର୍ମୁରରୁ ଯାଇଥିଲେ । କିନ୍ତୁ ସେଠାରୁ ସ୍କର୍ପିଓ ଯୋଗେ ଫେରୁଥିବାବେଳେ ହଠାତ ଗାଡିଟି ଏକ ଗଛରେ ପିଟିହୋଇ ଓଲଟି ପଡିଥିଲା । ଏହା ପରେ ସ୍ଥାନୀୟ ଲୋକେ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ଭୋରରୁ ଦୀପ କୁମାର ଖେସ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅନ୍ୟ 2 ଗୁରୁତରଙ୍କୁ ଚିକିତ୍ସା ପାଇଁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ