ରାଉରକେଲା: 10 ଦଫା ଦାବି ନେଇ ଗୁରୁବାର CPIM ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ଶ୍ରମ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ପ୍ରବାସୀ ଶ୍ରମିକ ମାନଙ୍କୁ 6 ମାସର ମାଗଣା ରାସନ, 7500 ଟଙ୍କା ପ୍ରତିମାସ ପ୍ରଦାନ କରିବା, ମନରେଗାରେ ରୋଜଗାର ଦେବା ପାଇଁ ଅନୁରୋଧ କରିବା ସହିତ କଳକାରଖାନା ଖୋଲି ଏମାନଙ୍କୁ ରୋଜଗାର ପାଇଁ ଦାବି ଉପସ୍ଥାପନ କରା ଯାଇଥିଲା ।