ରାଉରକେଲା: ଗୁଜରାଟ ସୁରଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡରେ 20 ବିଦ୍ୟାର୍ଥୀଙ୍କ ମୃତ୍ୟୁ ପରେ ତତ୍ପର ହୋଇଛି ଓଡିଶା ଅଗ୍ନିଶମ ବିଭାଗ । ରାଉରକେଲାରେ ପାଖାପାଖି 100 ଛୋଟ ବଡ଼ କୋଚିଂ ସେଣ୍ଟର ରହିଛି । ପ୍ରାୟ ସଂସ୍ଥା ପ୍ରାଇଭେଟ ଘରେ ହିଁ ଚାଲୁଛି । ତେଣୁ କୋଚିଂ ସେଣ୍ଟର ବନ୍ଦ ରଖାଯିବା ସହ ନୋଟିସ ଜାରି କରାଯାଇଛି ।
ରାଉରକେଲାର ସମସ୍ତ କୋଚିଂ ସେଣ୍ଟରକୁ ଅଗ୍ନିଶମ ବିଭାଗର ନୋଟିସ - COACHING
ଗୁଜୁରାଟ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରୁ ଚେତିଛି ରାଜ୍ୟର ଅଗ୍ନିଶମ ବିଭାଗ । ବିଭିନ୍ନ କୋଚିଂ ସେଣ୍ଟରକୁ ପଠାଯାଇଛି ନୋଟିସ । ସର୍ତ୍ତ ପୂରଣ ନହେବା ଯାଏଁ ଖୋଲିବନି କୋଚିଂ ସେଣ୍ଟର ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା
ଅଗ୍ନିଶମ ବିଭାଗ ଏହି ସଂସ୍ଥା ମାନଙ୍କୁ ନୋଟିସର ସର୍ତ୍ତ ପୁରଣ ନ କରିବା ପର୍ଯ୍ୟନ୍ତ କୋଚିଂ ସେଣ୍ଟରର ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି । କିନ୍ତୁ ନୋଟିସକୁ ଏଠାରେ ବେଖାତିର କରୁଥିବା ଦେଖିବାକୁ ମିଳିଛି । ଏପଟେ ଅଗ୍ନିଶମ ବିଭାଗର ଟିମ କଟକରୁ ଆସି ଏହି କୋଚିଂ ସଂସ୍ଥା ଗୁଡିକର ନିରୀକ୍ଷଣ କରିବ ବୋଲି ସୂଚନା ରହିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର,ଇଟିଭି ଭାରତ