ଓଡିଶା

odisha

ETV Bharat / city

ଏଣିକି ମାନୁଆଲ ବଦଳରେ କଟାଯିବ ଇ-ଚାଲାଣ - ଯାନବାହାନ ଯାଞ୍ଚ ବେଳେ ମାନୁଆଲ କଟାଯିବ ନାହିଁ

ନୂଆ ଯାନବାହାନ ଆଇନ ଲାଗୁ ହେବା ପରେ ଏଣିକି ଯାନବାହାନ ଯାଞ୍ଚ ବେଳେ ମାନୁଆଲ କଟାଯିବ ନାହିଁ । ବଂର ଗାଡି ମୋଟରରେ ତ୍ରୁଟି ଥିଲେ କିମ୍ବା ଅନ୍ୟ କୌଣସି କାଗଜପତ୍ରରେ ବିଭ୍ରାଟ ଥିଲେ ଏଥିପାଇଁ କଟାଯିବ ଇ-ଚାଲାଣ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

By

Published : Sep 29, 2019, 5:41 PM IST

Updated : Sep 29, 2019, 7:24 PM IST

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ଏବେ ମାନୁଆଲ ବଦଳରେ କଟାଯିବ ଇ-ଚାଲାଣ । ନୂଆ ଯାନବାହାନ ଆଇନ ଲାଗୁ ହେବା ପରେ ଏବେ ଯାନବାହାନ ଯାଞ୍ଚ ବେଳେ ମାନୁଆଲ କଟାଯିବ ନାହିଁ । ବଂର ଗାଡି ମୋଟରରେ ତ୍ରୁଟି ଥିଲେ କିମ୍ବା ଅନ୍ୟ କୌଣସି କାଗଜପତ୍ରରେ ବିଭ୍ରାଟ ଥିଲେ ଏଥିପାଇଁ କଟାଯିବ ଇ-ଚାଲାଣ । ଏ ବାବଦରେ ପୋଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ରାଉରକେଲାରେ ପଶ୍ଚିମାଞ୍ଚଳ ପୋଲିସ ରେଞ୍ଜର ଅଧିକାରୀମାନଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ଏହି ପ୍ରଶିକ୍ଷଣ ଶିବିରରେ ପଶ୍ଚିମାଞ୍ଚଳ DIG କବିତା ଯଲାନ, ରାଉରକେଲା ଏସପି କେ.ଶିବା ସୁବ୍ରମନି, ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ପ୍ରମୁଖ ଇ-ଚାଲାଣ ବାବଦରେ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଉରକେଲା, ସୁନ୍ଦରଗଡ ଏବଂ କେନ୍ଦୁଝର ପୋଲିସ ଜିଲ୍ଲାର 100 ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀ ଯୋଗ ଦେଇ ଇ-ଚାଲାଣ ବାବଦରେ ପ୍ରଶିକ୍ଷଣ ନେଇଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : Sep 29, 2019, 7:24 PM IST

ABOUT THE AUTHOR

...view details