ଓଡିଶା

odisha

ETV Bharat / city

ପବନ କଲ୍ୟାଣ ହେଲେ ରାଉରକେଲା ମହାନଗର ନିଗମ କମିଶନର - Commissioner

ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ରାଉରକେଲା ମହାନଗର ନିଗମର କମିଶନର ନିୟୁକ୍ତ କଲେ ରାଜ୍ୟ ସରକାର । ଏହା ପୂର୍ବରୁ ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଅତିରିକ୍ତ ଭାବରେ ଏହି ପଦରେ ରହିଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Jul 8, 2019, 11:43 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ରାଉରକେଲା ମହାନଗର ନିଗମର କମିଶନର ନିଯୁକ୍ତ କଲେ ରାଜ୍ୟ ସରକାର । ସେ ଆରଡିଏ(RDA)ର ଉପାଧ୍ୟକ୍ଷ ମଧ୍ୟ ରହିବେ। ଏହା ପୂର୍ବରୁ ପୂର୍ବତନ ଜିଲ୍ଲାପାଳ ରଶ୍ମିତା ପଣ୍ଡା ଅତିରିକ୍ତ ଭାବରେ ଏହି ଦାୟିତ୍ବ ତୁଲାଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା ମହାନଗର ନିଗମର କମିଶନର ପଦ ଜିଲ୍ଲାପାଳ ପାଇଁ ଏକ ଚ୍ୟାଲେଞ୍ଜ ହେବ । ଏହାର ମୁଖ୍ୟ କାରଣ ସହରର ରାଜରାସ୍ତାର ଅବସ୍ଥା ଖୁବ୍ ଖରାପ ପହିଛି । ମହାନଗର ନିଗମକୁ ସକ୍ରିୟ କରି ଜିଲ୍ଲାପାଳ କି ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ।

ଏହି ପରିବର୍ତ୍ତନ ରାଉରକେଲା ମହାନଗର ନିଗମବାସୀଙ୍କ ପାଇଁ ତେକେ ପରିବର୍ତ୍ତନ ଆଣିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details