ରାଉରକେଲା: ଲହୁଣୀପଡା ସିଏଚସିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏ ସମ୍ପର୍କରେ ସିଏଚସି ଅଧିକ୍ଷକ ଡିସିପିଓ ସହିତ ଜିଲ୍ଲାପାଳ ତଥା ସିଡିଏମଓକୁ ସୂଚନା ଦେଇଛନ୍ତି ।
ଲହୁଣୀପଡା ସିଏଚସିରୁ ଶିଶୁକନ୍ୟା ଉଦ୍ଧାର - newborn child can recover in CHC lahunipara
ରାଉରକେଲାସ୍ଥିତ ଲହୁଣୀପଡା ସିଏଚସିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଜଣେ ଅବିବାହିତା ମହିଳା ଫେବୃଆରୀ ମାସରେ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତାକୁ ସେଠାରେ ଛାଡି ଚାଲି ଯାଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଲହୁଣୀପଡା ସିଏଚସିରୁ ଶିଶୁକନ୍ୟା ଉଦ୍ଧାର ଲୋହୁନିପଡା ସିଏଚସିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର](https://etvbharatimages.akamaized.net/etvbharat/prod-images/768-512-6910500-457-6910500-1587648122502.jpg)
ଲୋହୁନିପଡା ସିଏଚସିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର
ମିଳିଥିବା ସୂଚନା ଅନୁସାରେ ଜଣେ ଅବିବାହିତା ମହିଳା ଫେବୃଆରୀ ମାସରେ ଶିଶୁକନ୍ୟାକୁ ଜନ୍ମ ଦେବା ପରେ ତାକୁ ଛାଡି ଚାଲି ଯାଇଥିଲେ । ଏହି ସମ୍ପର୍କରେ ଆଇନକୁ ପାଳନ ନକରି ଏକ ନର୍ସ ଛୁଆଟିକୁ ନିଜ ପାଖରେ ରଖିଥିଲା । ଅଭିଯୋଗ ଆସିବା ପରେ ସିଡିଏମଓ ନିର୍ଦ୍ଦେଶ ଦେବାରୁ ଆଜି ଶିଶୁକନ୍ୟାକୁ ଉଦ୍ଧାର କରି ହସ୍ପିଟାଲକୁ ଅଣାଯାଇଛି । ନର୍ସ ଉର୍ମିଳା ଟୋପନା ତତ୍ତ୍ୱାବଧାନରେ ଶିଶୁକୁ ରଖାଯାଇଛି ।
ଲୋହୁନିପଡା ସିଏଚସିରୁ ଏକ ଶିଶୁକନ୍ୟାକୁ ଉଦ୍ଧାର
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ
TAGGED:
newborn child can recover