ରାଉରକେଲା: ନକ୍ସଲଙ୍କ ଉନ୍ମକ୍ତ କାଣ୍ଡ । ରାସ୍ତା କାମକୁ ବିରୋଧ କରି ଏକ ଠିକା ସଂସ୍ଥାର ଗୋଟିଏ ଟ୍ରାକ୍ଟର ଓ ଜେସିବିକୁ ନକ୍ସଲମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି । ରାଉରକେଲା-ସୀମାନ୍ତ ଝାଡଖଣ୍ଡର ସୋନୁଆ ନିକଟ ଗୁଦୁଡି ଥାନାର କୁଟିପିରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ, ଗତବର୍ଷ ମଧ୍ୟ ରାସ୍ତା କାମରେ ନିୟୋଜିତ ଏହି ଠିକା ସଂସ୍ଥାର ଅନେକ ସଂଖ୍ୟକ ଗାଡିକୁ ମାଓବାଦୀମାନେ ପୋଡି ଦେଇଥିଲେ। ରବିବାର ରାତି ପାଖାପାଖି 8ଟାରେ 2ଟା ମୋଟର ସାଇକେଲରେ 6 ଜଣ ସଶସ୍ତ୍ର ଦୁର୍ବୃତ୍ତ ଆସି ତେଲ ମାଗିଥିଲେ । ଆଉ ଗାଡି ଗୁଡିକରେ ତେଲ ଢାଳି ନିଆଁ ଲଗାଇ ଦେଇଥିଲେ।