ରାଉରକେଲା: ନାତିର ଠେଙ୍ଗା ମାଡରେ ଅଜାର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଚାୟାଝରନ୍ ଗାଁରେ । ମୃତକ ସେହି ଗାଁର ଚୟା ଓରାମ ।
ନାତିର ଠେଙ୍ଗା ମାଡରେ ଅଜା ମୃତ - Murder in Rourkela
ରାଉରକେଲା ଚାୟାଝରନ୍ ଗାଁରେ ଅଘଟଣ । ଘରୋଇ ବିବାଦରେ ଉତ୍ତ୍ୟକ୍ତ ନାତି ନେଲା ଅଜାର ଜୀବନ । ଅଧିକ ପଢନ୍ତୁ...
![ନାତିର ଠେଙ୍ଗା ମାଡରେ ଅଜା ମୃତ Murder in Rourkela](https://etvbharatimages.akamaized.net/etvbharat/prod-images/768-512-6217479-122-6217479-1582771432618.jpg)
ନାତିରେ ଠେଙ୍ଗା ମାଡରେ ଅଜା ମୃତ
ମିଳିଥିବା ଖବର ଅନୁଯାୟୀ, ସନ୍ନ୍ୟାସୀ ଓରାମ ଓରଫ ସୁରଜ ଘରୋଇ ବିବାଦକୁ ନେଇ ଅଜା ଚୟା ଓରାମ ସହ କଳି କରିଥିଲା । ଏହା ପରେ କବାଟରେ ଲାଗିଥିବା କାଠ ଫାଳରେ ସୁରଜ ତା' ଅଜାକୁ ପିଟିପିଟି ହତ୍ୟା କରିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆଇପିସି ଧାରା 302ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ