ଓଡିଶା

odisha

ETV Bharat / city

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା - ରାଉରକେଲା ବୀଭତ୍ସ୍ୟ ହତ୍ୟା

ରାଉରକେଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କୁଳି ପୋଷ ଗାଁରେ ବୀଭତ୍ସ୍ୟ ହତ୍ୟାକାଣ୍ଡ । ଗୁଣିଗାରେଡି ସନ୍ଦେହରେ ଖଇରୁ ନାଇକ ନାମକ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତ ଗଳା କାଟି କଲେ ହତ୍ୟା ।

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା

By

Published : Oct 9, 2019, 1:23 PM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ କୁଳି ପୋଷ ଗାଁରେ ବୀଭତ୍ସ୍ୟ ହତ୍ୟାକାଣ୍ଡ । ମଙ୍ଗଳବାର ରାତି ଖଇରୁ ନାଇକ ଘରେ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ଆସି ତାଙ୍କର ଗଳା କାଟି ଫେରାର ହୋଇଯାଇଛି ।

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା

ବୁଧବାର ସକାଳୁ ଗାଁ ଲୋକେ ଏହି ଦୃଶ୍ୟକୁ ଦେଖିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖଇରୁ କିଛି ବର୍ଷ ହେବ ବଣାଇ ଅଞ୍ଚଳରୁ ଆସି କୁଳି ପୋଷ ଅଞ୍ଚଳରେ ରହୁଥିବା ବେଳେ ଏଠାରେ ଝଡା ଫୁଙ୍କା କରୁଥିବା ଜଣାପଡିଛି । ଏହାସହ ଜମିବାଡ଼ିକୁ ନେଇ କୌଣସି ବିବାଦ ସୃଷ୍ଟି ହୋଇଥିବା ପୋଲିସକୁ ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡ ଗୁଣି ଗାରେଡ଼ି ନା ଜମି ବିବାଦକୁ ନେଇ ଘଟିଛି ତାହା ଜଣାପଡିନାହିଁ । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details