ଓଡିଶା

odisha

ETV Bharat / city

4 ଦିନ ପରେ ମିଳିଲା ଚୋରି ହୋଇଥିବା ଅଟୋ, ମାଓ ସଂପୃକ୍ତି ନେଇ ସନ୍ଦେହ - ପ୍ଲାଣ୍ଟ ସାଇଟ ପୋଲିସ

ଚୋରି ହୋଇଯାଇଥିବା ଅଟୋକୁ ଖୋଜି ପାଇଲା ପ୍ଲାଣ୍ଟ ସାଇଟ ପୋଲିସ । ମାଓ ପ୍ରବଣ ଅଞ୍ଚଳରୁ ଅଟୋ ଚୋରି ହୋଇଥିବାରୁ ଘଟଣାଟି ଚୋରି ନା ମାଓ କାର୍ଯ୍ୟକଳାପ ତାହା ସ୍ପଷ୍ଟ ହୋଇନାହିଁ ।

plant-site-police
plant-site-police

By

Published : Feb 24, 2020, 8:41 PM IST

ରାଉରକେଲା: ଝାଡ଼ଖଣ୍ଡ ସୀମାନ୍ତ ବିଶ୍ରା ଥାନା ଅଞ୍ଚଳ ଜରାଇକେଲା ଫାଣ୍ଡି ଅନ୍ତର୍ଗତ ଜମାଲ୍ ଗାଁରୁ ଚୋରି ହୋଇଥିବା ଏକ ଅଟୋକୁ ପ୍ଲାଣ୍ଟ ସାଇଟ ପୋଲିସ ଜବତ କରିଛି । ଆଶ୍ଚର୍ଯ୍ୟ କଥା ହେଲା ସେହି ନମ୍ବର ପ୍ଲେଟ୍ ଲାଗିଥିବା ଅଟୋ ଚୋରି ପରେ ମଧ୍ୟ ନମ୍ବର ପ୍ଲେଟ୍ ବଦଳି ନଥିଲା । ମାଓ ପ୍ରବଣ ଅଞ୍ଚଳର ଘଟଣା ହୋଇଥିବାରୁ ସମ୍ପୂର୍ଣ୍ଣ ଘଟଣା ସନ୍ଦେହ ଘେରରେ ରହିଛି।

4 ଦିନ ପରେ ମିଳିଲା ଚୋରି ହୋଇଥିବା ଅଟୋ

ସୂଚନା ଅନୁସାରେ 4 ଦିନ ତଳେ ଝାଡ଼ଖଣ୍ଡର ଜରାଇଲେଲା ଥାନା ନିକଟରେ ଏକ ବିନା ନମ୍ବର ଥିବା ବୋଲେରୋ ଖରାପ ହୋଇଥିଲା । ବୋଲେରୋରେ ଥିବା ଲୋକେ ଝାଡ଼ଖଣ୍ଡର ପରୋଡି ଗାଁରୁ ଏକ ଅଟୋ ଚୋରି କରିଥିଲେ । ଏହି ଅଟୋକୁ ନେଇ ଓଡ଼ିଶାର ଜମାଲ ଗାଁରେ ପହଞ୍ଚିଥିଲେ । ଏଠାରେ ଉକ୍ତ ଅଟୋର ବ୍ୟାଟେରୀ, ଚକା ଆଦି ଚୋରି କରି ନେଇ ପୁଣି ଉକ୍ତ ଗାଁର ଶଙ୍କର ରାଓ ନାମକ ଜଣେ ବ୍ୟକ୍ତିଙ୍କ ଅଟୋ ଚୋରି କରିଥିଲେ ।

ତେବେ ଶଙ୍କରର ଅଟୋ ଚୋରି ହେବା ପରେ ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରିଥିଲେ ଶଙ୍କର । ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚାଲିଥିବା ବେଳେ ଓଡ଼ିଶା ତଥା ଝାଡ଼ଖଣ୍ଡ ପୋଲିସର ହାତ ଖାଲି ଥିଲା। 4 ଦିନ ପରେ ଆଜି ଉକ୍ତ ବୋଲେରୋ ଗାଡ଼ି ମିଳିଛି । ଏହି ବୋଲେରୋ ଭିତରେ ପଲ୍ୟୁସନ ସାର୍ଟିଫିକେଟର କପି ମିଳିଛି । ଏହି କାଗଜ ଆଧାରରୁ ଗାଡ଼ିଟି ଝାରସୁଗୁଡ଼ା ଅଞ୍ଚଳରୁ ଚୋରି ହୋଇଥିବା କୁହାଯାଉଛି ।

ସେପଟେ ଗତକାଲି ଶଙ୍କର ରାଓର ଜଣେ ସମ୍ପର୍କୀୟ ବନ୍ଧମୁଣ୍ଡାରେ ଅଟୋକୁ ଦେଖି ପିଛା କରିବା ସହିତ ଅନ୍ୟ ସମ୍ପର୍କୀୟ ମାନଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ସହାୟତାରେ ଅଟୋଟିକୁ ଜବତ କରାଯାଇଛି । ଏଭଳି ପରିସ୍ଥିତିରେ ସମ୍ପୂର୍ଣ୍ଣ ଘଟଣାଟି ଚୋରି ନା ମାଓ କାର୍ଯ୍ୟକଳାପ ତାହା ସ୍ପଷ୍ଟ ହୋଇ ନାହିଁ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details