ରାଉରକେଲା: ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ । ରାଜ୍ୟରଣୀ ଏକ୍ସପ୍ରେସରେ ଏଭଳି ଅସଦାଚରଣ ହେଇଥିବାର ଅଭିଯୋଗ ଆଣିଲେ ଜଣେ ମହିଳା ଯାତ୍ରୀ । ସୂଚନା ଅନୁସାରେ, ଶୁକ୍ରବାର ଭୁବନେଶ୍ବରରୁ ରାଉରକେଲା ଆସୁଥିବା ରାଜ୍ୟରାଣୀ ଏକ୍ସପ୍ରେସରେ ରାଜଗାଙ୍ଗପୁର ନିକଟରେ ଜେନେରାଲ ବଗିରେ ଢେଙ୍କାନାଳର ଜଣେ ଯୁବକ ରାଉରକେଲା ଆସୁଥିବା ଜଣେ ମହିଳାଙ୍କୁ ଶୋଇଥିବା ବେଳେ ଅସଦାଚରଣ କରିଥିଲେ।
ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ - Misbehave to women in moving train
ରାଜ୍ୟରାଣୀ ଏକ୍ସପ୍ରେସରେ ମହିଳାଙ୍କୁ ଅସଦାଚରଣ । ଅଭିଯୋଗ ପରେ ରାଉରକେଲା ଜିଆରପି ପୋଲିସ ଦ୍ବାରା ଯୁବକ ଗିରଫ । ଅଧିକ ଖବର ପଢନ୍ତୁ...
ଚଳନ୍ତା ଟ୍ରେନରେ ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ
ତେବେ ମହିଳା ଜଣଙ୍କ ନିଦଭାଙ୍ଗି ଯିବା ପରେ ସେ ଚିତ୍କାର କରିବାରୁ ଟ୍ରେନର ଅନ୍ୟଯାତ୍ରୀ ମାନେ ଯୁବକଙ୍କୁ ଧରି ରାଉରକେଲା ଜିଆରପି ପୋଲିସର ହସ୍ତାନ୍ତର କରିଛନ୍ତି । ଅନ୍ୟପଟେ ଯୁବକ ଜଣଙ୍କ ସେଭଳି କିଛି କରିନଥିବାର ସଫେଇ ଦେଇଛନ୍ତି । ଯୁବକଙ୍କ କହିବା ମୁତାବକ, ଜେନେରାଲ ବଗିରେ ମହିଳା ଶୋଇଥିବା ସିଟରେ ସେ ବସିଥିଲେ। ନିଦ ଲାଗିବାରୁ ଅସାବଧାନତା ଯୋଗୁଁ ତାଙ୍କ ହାତ ମହିଳାଙ୍କ ଗୋଡ଼ରେ ବାଜିଥିଲା ଯାହାକୁ ନେଇ ମହିଳା ଜଣଙ୍କ ଭୁଲ ଭାବିଥିଲେ । ତେବେ ରାଉରକେଲା ଜିଆରପି ପୋଲିସ ମହିଳାଙ୍କ ଅଭିଯୋଗ ମୁତାବକ ଯୁବକଙ୍କୁ ଗିରଫ କରିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ