ଓଡିଶା

odisha

ETV Bharat / city

ଫେଲ୍‌ ମାରିଲା ମାଷ୍ଟରପ୍ଲାନ, ପୋଲିସ ଧରିଲା 4 ଲୁଟେରା - ରାଉରକେଲା

ଭଣ୍ଡୁର ହୋଇଛି ଚାଲାକ ଚୋରଙ୍କ ପ୍ଲାନ ଏବଂ ପୋଲିସ ହାବୁଡରେ ପଡିଛନ୍ତି 4 ମାଷ୍ଟରମାଇଣ୍ଡ ଲୁଟେରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Feb 4, 2019, 11:48 PM IST

ରାଉରକେଲା: ବ୍ୟାଙ୍କରେ ଲୋନ ଦେବା ନାମରେ ଠକି ନେଉଥିଲେ ହଜାର ହଜାର ଟଙ୍କା । କେବଳ ସେତିକି ନୁହେଁ ବିଭିନ୍ନ ବ୍ୟାଙ୍କ ପଲିସି କରାଇଦେବା ନାମରେ ଗ୍ରାହକଙ୍କ ସରଳତାର ସୁଯୋଗ ନେଇ ହଡପ କରୁଥିଲେ ସେମାନଙ୍କ ବ୍ୟାଙ୍କ ଖାତା, ଆଧାର କାର୍ଡ, ଭୋଟର କାର୍ଡ, ଏଟିଏମ୍‌ କାର୍ଡ ଓ ଏହାର ପିନ୍‌ । ହେଲେ ଭଣ୍ଡୁର ହୋଇଛି ଚାଲାକ ଚୋରଙ୍କ ପ୍ଲାନ ଏବଂ ପୋଲିସ ହାବୁଡରେ ପଡିଛନ୍ତି 4 ମାଷ୍ଟରମାଇଣ୍ଡ ଲୁଟେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପ୍ରକାଶ ଯେ ଗତ କିଛିଦିନ ହେବ ସହରରେ ବ୍ୟାଙ୍କରୁ ଲୋନ ଦେବା ନାମରେ ମାତିଥିଲେ କିଛି ଲୁଟେରା । ସେମାନେ ଗ୍ରାହକମାନଙ୍କ ବିଭିନ୍ନ ତଥ୍ୟ ଯଥା ପରିଚୟ ପତ୍ର ଓ ପିନ୍‌ ନମ୍ବର ସମେତ ଏଟିଏମ୍‌ କାର୍ଡ ହଡପ କରି ଟଙ୍କା ଲୁଟୁଥିଲେ । ଏଥିସହ ବ୍ୟାଙ୍କରୁ ଲୋନ ଆଣିବା ପରେ ସେଥିରୁ କିଛି ଅଂଶ କମିଶନ ଆକାରରେ ମଧ୍ୟ ହଡପ କରୁଥିଲେ ।

ଏନେଇ ଖବର ପାଇବା ପରେ ରବିବାର ଝିରପାଣି ପୋଲିସ କୋଏଲନଗର ଅଞ୍ଚଳର ଏକ ଘରେ ଚଢାଉ କରିଥିଲା । ସେଠାରୁ ରାଜେଶ ପାଢୀ, ମନୋଜ ନାୟକ, ସବିତା ସମାସି, ସୁରେନ୍ଦ୍ର ମାହାଳି ପ୍ରମୁଖଙ୍କୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ସେମାନଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲିଥିବା ବେଳେ ଏନେଇ କୌଣସି ସୂଚନା ଦେବା ପାଇଁ ମନା କରିଛି ପୋଲିସ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details