ଓଡିଶା

odisha

ETV Bharat / city

ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ, ହାଇଆଲର୍ଟରେ ପୋଲିସ - maoist target to gitanjali express

ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ । ଏକ୍ସପ୍ରେସରେ ବଡ ଧରଣର ଅଘଟଣ ଘଟାଇ ପାରନ୍ତି ମାଓବାଦୀ । ଏପରି ଗୁଇନ୍ଦା ସୂଚନା ମିଳିବା ପରେ ହାଇଆଲର୍ଟରେ ପୋଲିସ ଓ ସିଆରପିଏଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Oct 10, 2019, 2:17 PM IST

ରାଉରକେଲା: ମାଓବାଦୀଙ୍କ ଟାର୍ଗେଟରେ ଗୀତାଞ୍ଜଳି ଏକ୍ସପ୍ରେସ । ଏକ୍ସପ୍ରେସରେ ବଡ ଧରଣର ଅଘଟଣ ଘଟାଇ ପାରନ୍ତି ମାଓବାଦୀ । ଏପରି ଗୁଇନ୍ଦା ସୂଚନା ମିଳିବା ପରେ ହାଇଆଲର୍ଟରେ ପୋଲିସ ଓ ସିଆରପିଏଫ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ପୋଲିସକୁ ସୂଚନା ମିଳିଥିଲା କି,3 ଜଣ ମାଓବାଦୀ ଗୀତାଞ୍ଜଳି ଏକ୍ସପ୍ରେସକୁ 8 ତାରିଖରୁ 11 ତାରିଖ ମଧ୍ୟରେ ମହଲିମୁରୁମ ଅଞ୍ଚଳରେ କ୍ଷତି ପହଞ୍ଚାଇବା ଯୋଜନାରେ ଅଛନ୍ତି । ତେବେ ପରେ 7 ତାରିଖରୁ ଝାଡଖଣ୍ଡ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ମାଓ ହମଲା ନେଇ ସୂଚନା ମିଳିବା ପରେ ମହଲିମୁରୁମ ଅଞ୍ଚଳ ସହ ଖାରଶବା ତଥା ସିନିରେ ଆଲର୍ଟ କରାଯାଇଛି ।

ସେପଟେ ଏହି ଟ୍ରେନଟି ରାଉରକେଲା ଦେଇ ଯିବାକୁ ଥିବାରୁ ଏହା ଚିନ୍ତାର କାରଣ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details