ଓଡିଶା

odisha

ETV Bharat / city

ପୋଲିସ ଆଗରେ ଆତ୍ମସମର୍ପଣ କଲା ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡା - ରାଉରକେଲା ପୋଲିସ

ରାଉରକେଲା ପୋଲିସ ଓ ସମ୍ବଲପୁର ପୋଲିସର ମିଳିତ ଅପରେସନ ପରେ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡାର ଆତ୍ମସମର୍ପଣ । ମଙ୍ଗଳ ସୁନ୍ଦରଗଡ, ଦେବଗଡ ଓ ଅନୁଗୋଳ ଜିଲ୍ଲାରେ ସକ୍ରିୟ ରହିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

By

Published : Sep 15, 2019, 3:31 AM IST

ରାଉରକେଲା: ପୋଲିସ ଆଗରେ ମାଓବାଦୀ ମଙ୍ଗଳ ସିଂହ ମୁଣ୍ଡା ଓରଫ ଅଲିନ୍ଦେରର ଆତ୍ମସମର୍ପଣ । 0ରାଉରକେଲା ପୋଲିସ ଓ ସମ୍ବଲପୁର ପୋଲିସର ମିଳିତ ଅପରେସନ ପରେ ମଙ୍ଗଳ ସିଂ ରାଉରକେଲା ଏସପି କେ.ଶିବ ସୁବ୍ରମଣି ଓ ସମ୍ବଲପୁର ଏସପି କେଭି ସିଂହଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମଙ୍ଗଳ ଅନମୋଲ ନେତୃତ୍ବରେ ସଙ୍ଗଠନରେ ଆସିଥିବା ବେଳେ ମାଓବାଦୀ ମିଶିର ବେଶ୍ରାର ବଡ଼ିଗାର୍ଡ ଭାବେ କାମ କରୁଥିଲା । ରାଜ୍ୟ ସରକାର ମଙ୍ଗଳ ବିରୋଧରେ 4 ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ । ମଙ୍ଗଳ ସିଂହ ମୁଣ୍ଡା ଝାଡଖଣ୍ଡର ତମାଡ଼ ଥାନା ବଗୋଇ ଗାଁର ବୋଲି ଜଣା ପଡିଛି । ମଙ୍ଗଳ କୋଲହାନ ଓ ସରାଣ୍ଡା ପରେ ଓଡିଶାର ସୁନ୍ଦରଗଡ, ଦେବଗଡ ଓ ଅନୁଗୋଳ ଜିଲ୍ଲାରେ ସକ୍ରିୟ ରହିଥିଲା ।

ସମାଜର ମୁଖ୍ୟଧାରାରେ ସାମିଲ ହେବା ପାଇଁ ମଙ୍ଗଳ ପୋଲିସ ଆଗରେ ଆତ୍ମସମର୍ପଣ କରିଛି ବୋଲି ଉଭୟ ରାଉରକେଲା ଓ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details