ଓଡିଶା

odisha

ETV Bharat / city

ଆଗକୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ, ସରଣ୍ଡା ଜଙ୍ଗଲରେ ମାଓ ପୋଷ୍ଟର

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ସୀମାନ୍ତରେ ବଢ଼ୁଛି ମାଓ କାର୍ଯ୍ୟକଳାପ । ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୋଷ୍ଟର ଲଗାଇ ନିର୍ବାଚନ ବହିଷ୍କାର ପାଇଁ ଅପିଲ କରିଛନ୍ତି ମାଓବାଦୀ । ପୋଲିସ ରଖିଛି କଡ଼ା ନଜର । ଅଧିକ ପଢ଼ନ୍ତୁ...

By

Published : Nov 23, 2019, 11:04 PM IST

ଝାରଖଣ୍ଡରେ ବିଧାନସଭା ନିର୍ବାଚନ, ବଢ଼ୁଛି ମାଓ କାର୍ଯ୍ୟକଳାପ

ରାଉରକେଲା: ଝାଡଖଣ୍ଡରେ ବିଧାନସଭା ନିର୍ବାଚନକୁ ନେଇ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୋଷ୍ଟର ଲଗାଇ ନିର୍ବାଚନ ବହିଷ୍କାର ପାଇଁ ଅପିଲ କରିଛନ୍ତି ମାଓବାଦୀ । ତେବେ ସୀମାନ୍ତରେ ଏନେଇ ଉଭୟ ଝାରଖଣ୍ଡ ଓ ଓଡି଼ଶା ପୋଲିସର ତତ୍ପରତା ପ୍ରକାଶ ପାଇଛି ।

ଝାରଖଣ୍ଡରେ ବିଧାନସଭା ନିର୍ବାଚନ, ବଢ଼ୁଛି ମାଓ କାର୍ଯ୍ୟକଳାପ

ଯିବା ଆସିବା ପାଇଁ ମାଓବାଦୀ ମାନେ ଓଡି଼ଶାର ରାସ୍ତା ତଥା ଜଙ୍ଗଲ ପଥର ବ୍ୟବହାର କରି ପାରନ୍ତି । ସେହି କାରଣରୁ ଝାଡଖଣ୍ଡ ଓ ଓଡି଼ଶା ପୋଲିସ ସିଆରପିଏଫ ଅଫିସରଙ୍କ ବୈଠକ ଜାମସେଦପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଝାଡଖଣ୍ଡରେ ନିର୍ବାଚନ ସମୟରେ ମାଓବାଦୀ ଯେପରି କୌଣସି ଅଘଟଣ ନ ଘଟାନ୍ତି ସେହି କାରଣରୁ ଝାଡଖଣ୍ଡ ପୋଲିସ ତଥା ଓଡିଶା ପୋଲିସ ସତର୍କ ରହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details