ରାଉରକେଲା: ସ୍ଵଚ୍ଛତା ଅଭିଯାନରେ ବହୁତ ଲୋକ ସାମିଲ ହୁଅନ୍ତି । ଷ୍ଟାର ଓ ନେତା ମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନ ଆଗରୁ ଏହି କାମରେ ନିଜକୁ ନିୟୋଜିତ କରିଛନ୍ତି କିନ୍ତୁ ସେମାନେ କେବେ ଚର୍ଚ୍ଚାକୁ ଆସିବାକୁ କିମ୍ବା ବାଃ ବାଃ ପାଇବାକୁ ଏହି କାର୍ଯ୍ୟ କରି ନାହାନ୍ତି । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ରାଉରକେଲା ସେକ୍ଟର-6 ର ସୁରେନ୍ଦ୍ର ସୁନା ।
ସେକ୍ଟର-6 ଶନି ମନ୍ଦିର ପାଖରେ ରାଉରକେଲା ଇସ୍ପାତ କାରଖାନା ଦ୍ବାରା ତିଆରି କରାଯାଇଥିବା ମାର୍କେଟରେ ଝାଡୁ କରୁଥିବା ସୁରେନ୍ଦ୍ର ସୁନା ଅନେକ ଦିନ ହେଲା ପୁରା ମାର୍କେଟରେ ଝାଡୁ କରୁଛନ୍ତି । ସକାଳୁ ସେ ଶନି ମନ୍ଦିର ପାଖରେ ଝାଡୁ ଦେବା ସହିତ ପୁରା ମାର୍କେଟରେ ଝାଡୁ କରି ସେହି ଅଞ୍ଚଳକୁ ସଫା କରନ୍ତି। ସେ ଝାଡୁ କରିବା ପରେ କାହାରି ଠାରୁ ଟଙ୍କା ଅଧ୍ୟ ମାଗନ୍ତି ନାହିଁ।