ରାଉରକେଲା: ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦେବଗାଁ ଅଞ୍ଚଳରେ ନାବାଳକ ଗୁରୁତର । ଦେହୁରୀ ବସ୍ତିରେ ଶୁଭମ ଟପ୍ପୋ ନାମକ ଜଣେ ନାବାଳକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡି ହୋଇ ଗୁରୁତର ଅବସ୍ଥାରେ ରାଉରକେଲାର ସରକାରୀ ହସ୍ପିଟାଲ (RGH)ରେ ଭର୍ତ୍ତି ହୋଇଛନ୍ତି ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ଗୁରୁତର - ନାବାଳକ ଗୁରୁତର
ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଛନ୍ତି ଜଣେ ନାବାଳକ । ଶରୀରର ଅଧିକାଂଶ ଅଂଶ ପୋଡ଼ିଯାଇଥିବା ବେଳେ ରାଉରକେଲାର ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।
minor-boy
ଆଜି (ମଙ୍ଗଳବାର) ବସ୍ତିର ଲୋକମାନେ 12 ବର୍ଷର ଶୁଭମକୁ ଧରି ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ । RGHରେ ତାଙ୍କ ଚିକିତ୍ସା ଚାଲିଛି କିନ୍ତୁ ବିଦ୍ୟୁତ ସଂସ୍ପର୍ଶରେ ସେ କେମିତି ଆସିଲେ ତାହା ସ୍ପଷ୍ଟ ହୋଇ ନାହିଁ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ