ରାଉରକେଲା: ରାଉରକେଲା ସହରରେ ଜୁଲାଇ 31 ତାରିଖ ଯାଏଁ ଲକଡାଉନ ଲାଗୁ କରାଯାଇଛି । ଏନେଇ ଶନିବାର ଅତ୍ୟାବଶ୍ୟକ ଦୋକାନ ଯେପରି ତେଜରାତୀ ଓ ପରିବା ଦୋକୋନା ଖୋଲା ଯାଇଥିଲା। କୋଭିଡ 19 ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇ ଥିବାବେଳେ କିଛି ଲୋକ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି ।
ରାଉରକେଲା ଚ୍ୟାମ୍ବର୍ସ ଅଫ କମର୍ସ ସଭାପତି କହିଛନ୍ତି, କୋରୋନା ମୁକାବିଲା ପାଇଁ ସରକାରଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ, କିନ୍ତୁ ସବୁ ନିଷ୍ପତ୍ତି ସହିତ ଜୀବିକାକୁ ଦୁରେଇ ରଖି ହେବ ନାହିଁ ସେଥିପାଇଁ ସରକାର ଏହିଭଳି ନିଷ୍ପତ୍ତି ନେବା ଉଚିତ।