ରାଉରକେଲା: ରୋଜଗାର ଛଡାଇ ନେଲା କୋରୋନା । ବ୍ୟବସାୟରେ ସର୍ବଦା ବ୍ୟସ୍ତ ରହୁଥିବା ବ୍ୟକ୍ତି ଆଜି 2 ବେଳା ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି। ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ଦୋକାନର ମାଲିକ ଆଜି ପରିବାର ପୋଷଣ ପାଇଁ ଅନ୍ୟ ରାସ୍ତା ବାଛିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ ।
ବୃତ୍ତି ବଦଳାଇ ଦେଲା କୋରୋନା - କୋରୋନା
ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ଦୋକାନର ମାଲିକ ଆଜି ପରିବାର ପୋଷଣ ପାଇଁ ଅନ୍ୟ ରାସ୍ତା ବାଛିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ ।
ବୃତ୍ତି ବଦଳାଇଦେଲା କୋରୋନା
ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ କହିଲେ ସହରରେ ସହଦେଵ ସାମନ୍ତଙ୍କ ନା ଆସେ । ତେବେ କୋରୋନା କଟକଣା ଯୋଗୁଁ ତାଙ୍କ କାରବାର ମାସ ମାସ ଧରି ବନ୍ଦ ରହିଛି । ଫଳରେ ସେ ଏବେ ବ୍ୟାପାର ପରିବର୍ତ୍ତନ କରି ରାସନ ଦୋକାନଟିଏ ଖୋଲିଛନ୍ତି। ପରିସ୍ଥିତି କେବେ ବଦଳିବ ତାର ପ୍ରତୀକ୍ଷାରେ ବସିଛନ୍ତି ସହଦେବ । ତାଙ୍କ ପାଖରେ ଅନେକ ପିଲା କାମ କରୁ ଥିଲେ । ସେମାନେ ମଧ୍ୟ ଏବେ ବେରୋଜଗାର ପାଲଟିଥିବା ସେ କହିଛନ୍ତି । ତେବେ ଏହି ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି ସହଦେବ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ
Last Updated : Aug 7, 2020, 6:15 PM IST