ଓଡିଶା

odisha

ETV Bharat / city

ଦିବଙ୍ଗତ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର - ରାଉରକେଲା ଖବର

ଦିବଙ୍ଗତ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ପାର୍ଥିବ ଶରୀର ଶନିବାର ବେଦବ୍ୟାସରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଗାର୍ଡ ଅଫ ଅନର ପ୍ରଦାନବେଳେ କୋଭିଡ ଯୋଦ୍ଧା ଦିବଙ୍ଗତ ଡାକ୍ତର ମହାପାତ୍ରଙ୍କ ପତ୍ନୀ, ପୁଅ ଓ ଝିଅ ମଧ୍ୟ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ...

ଦିବଙ୍ଗତ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର
ଦିବଙ୍ଗତ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

By

Published : Aug 29, 2020, 4:00 PM IST

ରାଉରକେଲା: ଦିବଙ୍ଗତ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ପାର୍ଥିବ ଶରୀର ଶନିବାର ବେଦବ୍ୟାସରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଡାକ୍ତର ମହାପାତ୍ର ଲାଠିକଟା ଡାକ୍ତରଖାନାରେ ଚିକିତ୍ସକ ଭାବେ ଦାୟିତ୍ୱ ତୁଲାଉଥିବାବେଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଦିବଙ୍ଗତ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର
ଶନିବାର ବେଦବ୍ୟାସସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର କୋଭିଡ ନିୟମାବଳୀ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏଡିଏମ ଅବୋଲି ସୁନୀଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ମହାନଗର ନିଗମ ଡେପ୍ୟୁଟି କମିଶନର ସୁଧାଂଶୁ କୁମାର ଭୋଇ, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ତଥା ଡାକ୍ତର ଗଣ ସ୍ୱର୍ଗଦ୍ୱାର ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଡାକ୍ତର ରାହାସ ବିହାରୀଙ୍କ ଶେଷକୃତ୍ୟରେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗାର୍ଡ ଅଫ ଅନର ପ୍ରଦାନ ବେଳେ କୋଭିଡ ଯୋଦ୍ଧା ଦିବଙ୍ଗତ ଡାକ୍ତର ମହାପାତ୍ରଙ୍କ ପତ୍ନୀ, ପୁଅ ଓ ଝିଅ ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳ, କମିଶନର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଶୋକାକୁଳ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ସାନ୍ତ୍ବନା ପ୍ରଦାନ କରିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details