ଓଡିଶା

odisha

ETV Bharat / city

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଘୋଟାଲା ଅଭିଯୋଗ, ଆମରଣ ଅନଶନରେ ଗ୍ରାମବାସୀ - hunger strike in rourkela

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀକୁ ନିଲମ୍ବନ ଦାବି କରି ରାଉରକେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନ। ଅନଶନରେ ବସିଲେ ଲଙ୍କେଇ ଗାଁ 14 ନମ୍ବର ୱାର୍ଡର ଲୋକେ।

lankei villager
ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଘୋଟାଲା ଅଭିଯୋଗ, ଆମରଣ ଅନଶନରେ ଗ୍ରାମବାସୀ

By

Published : Jan 10, 2020, 7:50 PM IST

ରାଉରକେଲା: ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀକୁ ନିଲମ୍ବନ ଦାବି କରି ରାଉରକେଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆମରଣ ଅନଶନରେ ବସିଲେ ଲଙ୍କେଇ ଗାଁ 14 ନମ୍ବର ୱାର୍ଡର ଲୋକେ।

ୱାର୍ଡରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ କରିବା ସହ ଅଧିକାରୀଙ୍କ ନିଲମ୍ବନ ଦାବି କରି ସେମାନେ ଧାରଣାରେ ବସିଛନ୍ତି । ପୂର୍ବରୁ ନିଯୁକ୍ତିରେ ହୋଇଥିବା ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ନମିଳିବାରୁ ଏମାନେ ଧାରଣା ଦେଇଥିବା ଜଣାପଡିଛି।

ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଘୋଟାଲା ଅଭିଯୋଗ, ଆମରଣ ଅନଶନରେ ଗ୍ରାମବାସୀ

14 ନମ୍ବର ୱାର୍ଡରେ ଅଙ୍ଗନୱାଡି କର୍ମୀ ପାଇଁ ପୋଷ୍ଟ ବାହାରିଥିଲା। ଏଥିପାଇଁ ଦୁଇଜଣ 14 ନମ୍ବର ୱାର୍ଡରୁ ଆବେଦନ କରିଥିବାବେଳେ ଜଣେ 13 ନମ୍ବର ୱାର୍ଡରୁ ଆବେଦନ କରିଥିଲେ। 13 ନମ୍ବର ୱାର୍ଡର ଆବେଦନକାରୀଙ୍କୁ ନିଯୁକ୍ତି ମିଳିବାରୁ ଏମାନେ ତାହାର ବିରୋଧ କରିବା ସହ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details