ରାଉରକେଲା: ମହଙ୍ଗା ପଡିଲା କୋଇଲା ମାଫିଆଙ୍କ ସହ ସମ୍ପର୍କ । ନିଲମ୍ବିତ ହେଲେ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅନୀଲ କୁମାର ପରିଡା । ସୁନ୍ଦରଗଡ ଏସପି ସୌମ୍ୟ ମିଶ୍ର ତାଙ୍କୁ ନିଲମ୍ବିତ କରିଛନ୍ତି । କୋଇଲା ମାଫିଆଙ୍କ ଠାରୁ 80 ହଜାର ଟଙ୍କା ନେଇ ବେଆଇନ କୋଇଲା ଚାଲାଣକୁ ପ୍ରଶୟ ଦେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ମାଫିଆ ଡିଲ: କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ନିଲମ୍ବିତ - suspend
ମହଙ୍ଗା ପଡିଲା କୋଇଲା ମାଫିଆଙ୍କ ସହ ସମ୍ପର୍କ । ନିଲମ୍ବିତ ହେଲେ କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅନୀଲ କୁମାର ପରିଡା । ସୁନ୍ଦରଗଡ ଏସପି ସୌମ୍ୟ ମିଶ୍ର ତାଙ୍କୁ ନିଲମ୍ବିତ କରିଛନ୍ତି ।
![ମାଫିଆ ଡିଲ: କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ନିଲମ୍ବିତ](https://etvbharatimages.akamaized.net/etvbharat/images/768-512-2343257-1071-240cba7a-a7a6-42bc-9851-1f121a3b1d77.png)
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
ଅନୀଲ କୁମାର ପରିଡା ଭସମା ଥାନାରେ ଥିବାବେଳେ କୋଇଲା ଚୋରା ଚାଲାଣ ହେଉଥିବା 8ଟି ବେଆଇନ ଗାଡି ଧରାପଡିଥିଲା। ହେଲେ ସେ କେବଳ ଗାଡି ଡ୍ରାଇଭରଙ୍କୁ ଗିରଫ କରିଥିଲେ । ଅନ୍ୟପଟେ ଗାଡି ମାଲିକଙ୍କ ଠାରୁ 80 ହଜାର ଟଙ୍କା ନେଇ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ସୁନ୍ଦରଗଡ ଏସପି ଏକଥା ଜାଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ