ଓଡିଶା

odisha

ETV Bharat / city

ରାଉରକେଲାକୁ କୋରୋନା ଭୟ, ବନ୍ଦ ହେଲା ବାୟୋମେଟ୍ରିକ ସିଷ୍ଟମ - korona fear

ରାଉରକେଲାରେ ଘାରିଲାଣି କୋରୋନା ଭୟ । ବୁଧବାର ଠାରୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ Biometrics system ବନ୍ଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆହୁରି ପଢନ୍ତୁ...

korona fear in raurkela
ରାଉରକେଲାରେ ଘାରିଲାଣି କରୋନା ଭୟ

By

Published : Mar 11, 2020, 5:30 PM IST

ରାଉରକେଲା: ରାଉରକେଲାରେ ଘାରିଲାଣି କୋରୋନା ଭୟ । ରାଉରକେଲାରେ ବୁଧବାର ଠାରୁ SAILର ସର୍ବବୃହତ କାରଖାନା ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ Biometrics system ବନ୍ଦ କରି ରେଜିଷ୍ଟରରେ ଉପସ୍ଥାନ ଏବଂ ପ୍ରସ୍ଥାନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ବ୍ୟବସ୍ଥା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ସେହିପରି ଜାତୀୟ ସ୍ଥରର ଶିକ୍ଷାନୁଷ୍ଠାନ NIT କର୍ତ୍ତୃପକ୍ଷ ମଧ୍ୟ biometrics system ବନ୍ଦ କରି ରେଜିଷ୍ଟର ବ୍ୟବସ୍ଥା ଗୁରୁବାର ଠାରୁ ଆରମ୍ଭ କରିବେ ବୋଲି ଜଣା ପଡ଼ିଛି । ପୂର୍ବରୁ ନଜରରେ ରଖାଯାଇଥିବା 17 ଜଣଙ୍କ ନେଗେଟିଭ ରିପୋର୍ଟ ଆସିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details