ଓଡିଶା

odisha

ETV Bharat / city

ଓଡ଼ିଶାରେ ଅଫିସର ରାଜ ଚାଲିଛି: ରଘୁବର ଦାସ - odisha

ଝାରଖଣ୍ଡ ସୀମାନ୍ତ ରାଇବଗାରେ ଆୟୋଜିତ ବିଜୟ ସଂକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ଝାଡଖଣ୍ଡ ସିଏମ । ନବୀନଙ୍କ ଭାଷା, ସଂସ୍କୃତି ଜ୍ଞାନକୁ ତାତ୍ସଲ୍ୟ କରି ସମାଲୋଚନା କରିଛନ୍ତି ସେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

By

Published : Apr 3, 2019, 7:37 PM IST

ରାଉରକେଲା: ଗତ 19 ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ଏଥିପାଇଁ ସେ ସାଧାରଣ ଲୋକଙ୍କ ଦୁଃଖ କଷ୍ଟକୁ ବୁଝି ପାରୁନାହାଁନ୍ତି । ଏଭଳି ଅଭିଯୋଗ କରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଝାରଖଣ୍ଡମୁଖ୍ୟମନ୍ତ୍ରୀ ରଘୁବର ଦାସ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ସ୍ଥାନୀୟ ରାଇବଗାରେ ଆୟୋଜିତ ବିଜୟ ସଂକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନବୀନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଗୋଟିଏ ପଟେ ସେ ନବୀନଙ୍କ ଭାଷା, ସଂସ୍କୃତିଜ୍ଞାନକୁ ତାତ୍ସଲ୍ୟ କରି ସମାଲୋଚନା କରିଛନ୍ତି । ଅନ୍ୟପଟେ ବିଜେପି ସରକାରଙ୍କ ସଫଳତାର ଗାଥା ବଖାଣି ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସାରେ ପୋତିଛନ୍ତି।


ଏଥି ସହ ସେ କହିଛନ୍ତି,ଯିଏ ନିଜର ମାତୃଭାଷାକୁ ସମ୍ମାନ କରନ୍ତି ନାହିଁ ସେ ଓଡିଶାର ମଧ୍ୟ ବିକାଶ କରିପାରିବେ ନାହିଁ। ଆଉ ଏଥି ଯୋଗୁଁ ହିଁ ନବୀନ ନିଜ ରାଜ୍ୟବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇପାରୁ ନାହାଁନ୍ତି । କାରଣ ସେ କେବେ ଗରିବୀଦେଖନାହାଁନ୍ତି ।ଏଣୁ ଗରିବର ଦୁଃଖ ଜାଣି ନାହାଁନ୍ତି। ସେ କେନ୍ଦ୍ର ଦ୍ୱାରା ପରିଚାଳିତ ଗରିବଙ୍କ ପାଇଁ ଉର୍ଦ୍ଦିଷ୍ଟ ଯୋଜନାରୁ ମଧ୍ୟ ଜନତାଙ୍କୁ ବଞ୍ଚିତକରୁଛନ୍ତି।

ରାଜ୍ୟରେ ବିଜେପି ହିଁ ବିକାଶ କରିପାରିବ। ଦେଶର ସୁରକ୍ଷା ପାଇଁ କେନ୍ଦ୍ରରେ ମୋଦି ସରକାରରଆବଶ୍ୟକତା ରହିଛି। ସେ ଏକ ଗରିବ ଘରୁ ଆସି ପ୍ରଧାନମନ୍ତ୍ରୀ ହୋଇ ଥିବାରୁ ଗରିବଙ୍କ ଉଦ୍ଦେଶ୍ୟରେ ଯୋଜନା ପ୍ରସ୍ତୁତ କରି ତାକୁ ଲାଗୁ କରୁଛନ୍ତି। ହିନ୍ଦୁ, ମୁସଲମାନ, ଶିଖ୍‌ ,ଖ୍ରୀଷ୍ଟିଆନ ସବୁ ଧର୍ମ ଓ ସମ୍ପ୍ରଦାୟତାଙ୍କ ଯୋଜନାରେ ଉପକୃତ ହେଉଛନ୍ତି। କୃଷକ ପାଇଁ ମଧ୍ୟ କେବଳ ମୋଦି ସରକାର ହିଁ ଚିନ୍ତା କରୁଥିବା ନେଇ ସେ ଜଣାଇଛନ୍ତି।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details