ରାଉରକେଲା: ଆଜିଠୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ହେବାକୁ ଥିବା JEE ପରୀକ୍ଷା ମଙ୍ଗଳବାର ରାଉରକେଲାର ପଦ୍ମନାଭ ଇଞ୍ଜିନିୟରିଂ କଲେଜ ପରିସରରେ ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଇଛି।
କୋରୋନା କଟକଣା ମଧ୍ୟରେ ରାଉରକେଲାରେ ଆରମ୍ଭ ହେଲା JEE ପରୀକ୍ଷା - ରାଉରକେଲାରେ ଆରମ୍ଭ ହେଲା JEE ପରୀକ୍ଷା
କୋରୋନା କଟକଣା ସହ ମଙ୍ଗଳବାର ରାଉରକେଲାର ପଦ୍ମନାଭ ଇଞ୍ଜିନିୟରିଂ କଲେଜ ପରିସରରେ JEE ପରୀକ୍ଷା ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପରୀକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଅଧିକ ପଢନ୍ତୁ...
JEE ପରୀକ୍ଷା ଦେବାପାଇଁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କୁ ପାଇଁ ସ୍ବାତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷା କେନ୍ଦ୍ରକୁ ଆସିବା ହଷ୍ଟେଲରେ ମାଗଣା ରହିବା ସହ ଖାଇବା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ସୁବିଧା ଦୃଷ୍ଟିରୁ ବସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ ପରୀକ୍ଷାର୍ଥୀ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିଲା । ସୂଚନାଥାଉକି NEET ଓ JEE ପରୀକ୍ଷାକୁ ନେଇ ସାରା ଦେଶରେ ସ୍ଥଗିତ ରଖିବା ପାଇଁ ଦାବି କରାଯାଇଥିଲା । କୋରୋନା ସମୟରେ ନ କରିବା ପାଇଁ ଦେଶରେ ବିରୋଧୀଦଳ ଗୁଡିକ ଦାବି କରିଥିଲେ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର,ଇଟିଭି ଭାରତ