ଓଡିଶା

odisha

By

Published : Sep 27, 2019, 12:08 PM IST

ETV Bharat / city

ଖେଳ ସାମଗ୍ରୀ କିଣାରେ ଦୁର୍ନୀତି, ବିଲ୍‌ ଅଟକାଇବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

ଖେଳ ସାମଗ୍ରୀ କିଣାରେ ଦୁର୍ନୀତିର ଗନ୍ଧ । ସୁନ୍ଦରଗଡ ଜିଲ୍ଲାର ପ୍ରାୟ ସମସ୍ତ ହାଇସ୍କୁଲରେ ଖେଳ ସାମଗ୍ରୀ କିଣାରେ ଅନିୟମିତତା ଅଭିଯୋଗ । ଯାହାକୁ ଭିତ୍ତି କରି ଖେଳ ସାମଗ୍ରୀ କିଣାର ବିଲ ଅଟକାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ

ରାଉରକେଲା: ଖେଳ ସାମଗ୍ରୀ କିଣାରେ ଦୁର୍ନୀତିର ଗନ୍ଧ । ସୁନ୍ଦରଗଡ ଜିଲ୍ଲାର ପ୍ରାୟ ସମସ୍ତ ହାଇସ୍କୁଲରେ ଖେଳ ସାମଗ୍ରୀ କିଣାରେ ଅନିୟମିତତା ଅଭିଯୋଗ । କେଉଁଠି ଅନୁନ୍ନତ ମାନର ଖେଳ ସାମଗ୍ରୀ କିଣା ହୋଇଛି ତ କେଉଁଠି ବିନା ଏସଏମସି ବୈଠକରେ କିଣା ହେବା ନିଷ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ଭିତ୍ତି କରି ଖେଳ ସାମଗ୍ରୀ କିଣାର ବିଲ ଅଟକାଇବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଜିଲ୍ଲାର ପ୍ରାୟ ସବୁ ସ୍କୁଲରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀ ସମସ୍ତ ବିଇଓ ଓ ହାଇସ୍କୁଲର ପ୍ରଧାନଶିକ୍ଷକକୁ ଏନେଇ ପତ୍ର ଲେଖିଛନ୍ତି । ଏସଏମସି ବୈଠକ ଡାକି ଏହା ଉପରେ ନିଷ୍ପତି ନେବା ସହ ଖେଳ ସାମଗ୍ରୀ କିଣାର ବିଲ ଅଟକାଇ ଦେବା ପାଇଁ ପତ୍ରରେ କୁହାଯାଇଛି ।

ଏହା ସହ ଶୀଘ୍ର ସ୍କ୍ବାର୍ଡ ଗଠନ କରି ଏହାର ତଦନ୍ତ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details