ଓଡିଶା

odisha

ETV Bharat / city

ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ - rourkela news

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ(ଓଡିଶା) ମହିଳା କମିଟି ଆନୁକୂଲ୍ୟରେ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । 'ନାରୀ ସଶକ୍ତିକରଣ ଓ ସଜାଗ' ନାଁରେ ଆୟୋଜିତ କାର୍ଯ୍ୟକ୍ରମକୁ କେନ୍ଦ୍ର ମହିଳା କମିଟି ଆଇଏନଟିୟୁସିର ପ୍ରଫେସର ଅଳକା ବଳରାମ କ୍ଷେତ୍ରିୟା କରିଥିଲେ ଉଦଘାଟନ ।

International women's day celebrate in rourkela
ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

By

Published : Mar 8, 2020, 4:49 PM IST

ରାଉରକେଲା: ଆଜି (ରବିବାର) ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ(ଓଡିଶା) ମହିଳା କମିଟି ଆନୁକୂଲ୍ୟରେ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି ।

ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଶ୍ରମିକ ନେତା ପ୍ରଶାନ୍ତ ବେହରାଙ୍କ ନେତୃତ୍ବରେ ସେକ୍ଟର-18 ଶ୍ରମିକ ସଂଘ କାର୍ଯ୍ୟାଳୟରୁ ନାଚଗୀତ ସହିତ ଏକ ବିଶାଳ ଶୋଭାଯାତ୍ରା ବାହାରି ସିଭିକ ସେଣ୍ଟର ପର୍ଯ୍ୟନ୍ତ ଆସିଥିଲା । 'ନାରୀ ସଶକ୍ତିକରଣ ଓ ସଜାଗ' ନାଁରେ ଆୟୋଜିତ କାର୍ଯ୍ୟକ୍ରମକୁ କେନ୍ଦ୍ର ମହିଳା କମିଟି ଆଇଏନଟିୟୁସିର ପ୍ରଫେସର ଅଳକା ବଳରାମ କ୍ଷେତ୍ରିୟା ଉଦଘାଟନ କରିଥିଲେ । ଏହା ପରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ସେହିପରି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ବିଧାୟକ ଜର୍ଜ ତିର୍କୀ, ଶ୍ରମିକ ନେତ୍ରୀ ଡି ଏସ ପାଣିକରଙ୍କ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ମହିଳା ଦିବସ ଅବସରରେ ମହିଳାଙ୍କ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ସମାନତାର କଥା କହୁଥିବା ସମାଜରେ ସଦାସର୍ବଦା ମହିଳାଙ୍କୁ ନିଜର ଅଧିକାର ପାଇଁ ସଂଘର୍ଷ କରିବାକୁ ପଡିବ । ଆଉ ଏହି ସଂଘର୍ଷ ଜାରି ରଖିଲେ ଲକ୍ଷ୍ୟ ପ୍ରାପ୍ତି ହେବ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details