ଓଡିଶା

odisha

ETV Bharat / city

ଗ୍ରାମାଞ୍ଚଳରେ କୋରୋନା ସଚେତନତା, ରାସ୍ତା ବନ୍ଦ କଲେ ଗ୍ରାମବାସୀ - ଗ୍ରାମାଞ୍ଚଳରେ ମହାମାରୀ କୋରୋନାର ପ୍ରଭାବ

ମହାମାରୀ କୋରୋନାକୁ ନେଇ ସାରା ଦେଶକୁ ଲକଡାଉନ କରାଯାଇଛି । ସେହିଭଳି ବିଭିନ୍ନ ଗାଁରେ ଲୋକ ମାନେ ମଧ୍ୟ ରାସ୍ତା ବନ୍ଦ କରି ଅନ୍ୟ ମାନଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରିଛନ୍ତି। ଅଧିକ ପଢନ୍ତୁ...

influence-of-epidemic-corona-on-rural-areas-of-rourkela
ଗ୍ରାମାଞ୍ଚଳରେ ମହାମାରୀ କୋରୋନାର ପ୍ରଭାବ

By

Published : Apr 8, 2020, 12:50 PM IST

ରାଉରକେଲା: ମହାମାରୀ କୋରୋନାର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶକୁ ଲକଡାଉନ କରାଯାଇଛି । ସେହିଭଳି ବିଭିନ୍ନ ଗାଁରେ ଲୋକ ମାନେ ମଧ୍ୟ ରାସ୍ତା ବନ୍ଦ କରି ଅନ୍ୟ ମାନଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରିଛନ୍ତି। କେବଳ ଗାଁରେ ନୁହେଁ ସହରର ବିଭିନ୍ନ ଅଞ୍ଚଳରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଗ୍ରାମାଞ୍ଚଳରେ ମହାମାରୀ କୋରୋନାର ପ୍ରଭାବ

ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ଅଞ୍ଚଳରେ ଝାରବେଡା ଗାଁରେ ମୁଖ୍ୟ ରାସ୍ତାକୁ ବନ୍ଦ କରିଛନ୍ତି । କୋରୋନକୁ ନେଇ ଗ୍ରାମବାସୀମାନେ ନିଜ ଗାଁକୁ ବାହାର ଲୋକଙ୍କ ପ୍ରବେଶକୁ ବନ୍ଦ କରିଛନ୍ତି । ଲୋକଙ୍କର ଯିବା ଆସିବାକୁ ବନ୍ଦ କରିଛନ୍ତି । ମହାମାରୀ କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ରହିଛି । ଜିଲ୍ଲାର ବହୁତ ସ୍ଥାନରେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଅଯାଉଛି। ପୋଲିସ ପ୍ରଶାସନ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି।

ରାଉରକେଲା ସହର ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ ହେଉଛି ତଥା ସହରରେ ପର୍ଯ୍ୟାପ୍ତ ପାରିବା ଆସୁ ଥିବାରୁ ପରିବା ଦର ସାମାନ୍ୟ ରହିଛି। ପ୍ରଶାସନ ମଧ୍ୟ ବିଭିନ୍ନ ସ୍ଥାନରେ ପରିବା ଦୋକାନୀଙ୍କ ପାଇଁ ସ୍ଥାନ ଚିହ୍ନିତ କରି ନୂଆ ବଜାର ସୃଷ୍ଟି କରିଛି। ହେଲେ ମଧ୍ୟ ପ୍ରବଳ ଭିଡ ଦେଖାଯାଉଛି। ବିଭିନ୍ନ ସ୍ଥାନରେ ଗାଁର ପ୍ରବେଶ ଉପରେ ରାସ୍ତା ବନ୍ଦ କରାଯାଇଛି । ଲୋକ ଘରୁ ନ ବାହାରିଲେ ହିଁ କୋରୋନାର ମୁକାବିଲା କରାଯାଇପାରିବ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details