ମୁମ୍ବାଇ:‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୍’ (India’s Best Dancer 2)ର ଗ୍ରାଣ୍ଡ ଫିନାଲେରେ ବାଜି ମାରିଲେ ମହାରାଷ୍ଟର ଝିଅ । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୍’ ବିଜୟିନୀ ହୋଇଛନ୍ତି ମହାରାଷ୍ଟର ସୌମ୍ୟା କାମ୍ବଲେ । ରବିବାର ଦିନ ‘ଅଲ୍ଟିମେଟ୍ ଫାଇନାଲ୍’ରେ ପାଞ୍ଚଜଣ ଫାଇନାଲିଷ୍ଟ ରୋଜା ରାଣା, ରକ୍ତିମ୍ ଠାକୁରିଆ, ଜାମ୍ରୋଡ୍ ଏମଡି, ଗୌରବ ସରବନ ଏବଂ ସୌମ୍ୟା କାମ୍ବଲେ ଥିଲେ । ମଲାଇକା ଆରୋରା, ଟେରେନ୍ସ ଲୁଇସ୍ ଏବଂ ଗୀତା କାପୁର ଏହାର ବିଚାରକ ଥିଲେ।
ଅବଶେଷରେ ସୌମ୍ୟା କାମ୍ବଲେ ଏହାର ବିଜେତା ବୋଲି ଘୋଷଣା କରାଯାଇଥିଲା । ପୁରସ୍କାର ବାବଦରେ ତାଙ୍କୁ ୧୫ ଲକ୍ଷ ଟଙ୍କା ଓ ଏକ କାର୍ ମିଳିଛି। ଗୌରବ ସରବନଙ୍କୁ ପ୍ରଥମ ରନର୍ସ ଅପ୍ ଭାବରେ ଘୋଷଣା କରାଯାଇଥିଲା । ଓଡ଼ିଶାର ରାଉରକେଲାର ରୋଜା ରାଣା ଦ୍ବିତୀୟ ରନର୍ସ ଅପ୍ ଭାବରେ ଘୋଷିତ ହୋଇଥିଲେ। ଅପରପକ୍ଷରେ ରକ୍ତିମ୍ ଠାକୁରିଆ ତୃତୀୟ ରନର୍ସ ଅପ୍ ହୋଇଥିଲେ । ଶ୍ରେଷ୍ଠ ପାଞ୍ଚ ପ୍ରତିଯୋଗୀଙ୍କ ମଧ୍ୟରେ ଜାମ୍ରୋଦ ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ଉଭୟ ସୌମ୍ୟା କାମ୍ବଲେ ଏବଂ ଗୌରବ ସରବନ ଅସୁସ୍ଥ ଥିବା ହେତୁ ଫାଇନାଲରେ ଯୋଗ ଦେଇ ନ ଥିବାରୁ ଭିଡିଓ କଲ ମାଧ୍ୟମରେ ଯୋଗ ଦେଇଥିଲେ।