ରାଉରକେଲା: ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ନେତାଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଭାବରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ନାମ ଘୋଷଣା କରାଯାଇଛି । ଯାହାକୁ ନେଇ କଂଗ୍ରେସରେ ଉଠିଛି ବିଦ୍ରୋହର ଧ୍ବନି । ଏନେଇ ଶନିବାର ରାଉରକେଲା ଉଦିତନଗର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ କଂଗ୍ରେସ ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଯେଉଁଥିରେ ଦଳର ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ବୈଠକରେ ମୁକ୍ତିକାନ୍ତଙ୍କୁ ଟିକେଟ ଦେବାର ନିଷ୍ପତି ଉପରେ ପୁର୍ନବିଚାର କରିବାକୁ ଦାବି ହୋଇଛି । ମୁକ୍ତିକାନ୍ତ କଂଗ୍ରେସର ସଭ୍ୟ ନଥାଇ ତାଙ୍କୁ ପ୍ରାର୍ଥୀ କରାଯିବା ଘଟଣାକୁ ତୀବ୍ର ବିରୋଧ କରାଯାଇଛି । ତୁରନ୍ତ ଏହି ନିଷ୍ପତ୍ତି ଉପରେ ପୁର୍ନବିଚାର କରାନଗଲେ ସମୂହ ଇସ୍ତଫା ଦେବେ ବୋଲି ଚେତାବନି ଦେଇଛନ୍ତି ।