ଓଡିଶା

odisha

ETV Bharat / city

ପାରିବାରିକ କଳହ: ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା

ସାମାନ୍ୟ କଳି ଏକ ସୁନା ସଂସାରକୁ ଉଜାଡିଛି । ବାପା-ମା ଛେଉଣ୍ଡ ହୋଇଛନ୍ତି 3 ସନ୍ତାନ । କୌଣସି କଥାରେ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ହତ୍ୟା କରିଛି ଜଣେ ବ୍ୟକ୍ତି । ପରେ ପୋଲିସ ଭୟରେ ଶାଢୀରେ ରଶି ଲଗାଇ ନିଜେ ଆତ୍ମହତ୍ୟା କରିଛି ଅଭିଯୁକ୍ତ ସ୍ବାମୀ ।

By

Published : Apr 4, 2019, 7:28 PM IST

Updated : Apr 5, 2019, 8:53 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା


ରାଉରକେଲା: ବଣାଇ ଉପଖଣ୍ଡ କୋଇଡା ଥାନା ଅନ୍ତର୍ଗତ ମାଲଦା ପଞ୍ଚାୟତର ଗଣୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ମାରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ପ୍ରଦୀପ ପେଣ୍ଠେଇ ଓ ତାଙ୍କ ସ୍ତ୍ରୀ ରେବତୀ ପେଣ୍ଠେଇ।

ସୂଚନାଯୋଗ୍ୟ, ବୁଧବାର ରାତିରେ ପ୍ରଦୀପ ଓ ତାଙ୍କ ସ୍ତ୍ରୀ ରେବତୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ପ୍ରଦୀପ ଉତ୍ତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା। ସକାଳେ ନିଜ ସ୍ତ୍ରୀ ମରି ଯାଇଥିବା ଜାଣିବା ପରେ ସେ ଘଟଣାସମ୍ପର୍କରେ ମାଲଦା ସରପଞ୍ଚ ଦିବାକର ନାଏକଙ୍କୁ ଜଣାଇଥିଲା। ସରପଞ୍ଚ ଘଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

କିନ୍ତୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରଦୀପ ଭୟଭୀତ ହୋଇପଡିଥିଲେ। ଏହା ପରେ ସେ ନିଜ ମାନସିକ ଭାରସାମ୍ୟ ହରାଇ ସେହିଘରେ ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ତେବେ ପ୍ରଦୀପ ଓ ରେବତୀଙ୍କ 3ଟି ଶିଶୁ ସନ୍ତାନ ଥିବାବେଳେ ବୟସର ଅପରାହ୍ନରେ ଅବତୀର୍ଣ୍ଣ ଜଣେ ବୁଢୀ ମା ମଧ୍ୟ ଅଛନ୍ତି। ଏଭଳି ପରିସ୍ଥିତରେ ଏମାନଙ୍କୁ କିଏ ସାହାରା ହେବ,ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Apr 5, 2019, 8:53 AM IST

For All Latest Updates

ABOUT THE AUTHOR

...view details