ଓଡିଶା

odisha

ETV Bharat / city

ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରାଉରକେଲାରେ ଦମ୍ପତ୍ତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଣାଇ ଡାକ୍ତରଖାନାକୁ ପଠାଯାଇଥିଲା ।

By

Published : Aug 16, 2019, 7:44 PM IST

ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରାଉରକେଲା: ସହରରେ ଅଭାବନୀୟ ଘଟଣା । ବିଷ ପିଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ବାମୀ ମୃତ ସ୍ତ୍ରୀ ଗୁରୁତର ।

ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ତେବେ ସୁନ୍ଦରଗଡ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଯାଜପୁରରୁ ଆସି ଦୀର୍ଘଦିନ କେନା ଭେଟା ଗ୍ରାମରେ ରହୁଥିଲେ । ଶୁକ୍ରବାର ଦମ୍ପତ୍ତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଣାଇ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ସ୍ଵାମୀ ରମେଶ ଚନ୍ଦ୍ର ମିଶ୍ରଙ୍କ ମୃତ୍ୟ ହୋଇଥିବା ବେଳେ ସ୍ତ୍ରୀ ଲତା ମିଶ୍ରଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏହା ପାରିବାରିକ ବିବାଦ କିମ୍ବା ଆର୍ଥିକ ସଙ୍କଟ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details